ବିଜେଡି କଣ୍ଟାବାଞ୍ଜି ଆସନ ପାଇଁ ପ୍ରାର୍ଥୀ ନେଇ କଳ୍ପନାଜଳ୍ପନା: ମୁଖ୍ୟମନ୍ତ୍ରୀ ଲଢ଼ିବା ନେଇ ଚର୍ଚ୍ଚା

ବିଜେଡି କଣ୍ଟାବାଞ୍ଜି ଆସନ ପାଇଁ ପ୍ରାର୍ଥୀ ନେଇ କଳ୍ପନାଜଳ୍ପନା: ମୁଖ୍ୟମନ୍ତ୍ରୀ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୧୮ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିବା ନେଇ ଚର୍ଚ୍ଚା ହେଉଛି। କଣ୍ଟାବାଞ୍ଜିରୁ ସେ ଲଢିବେ ବୋଲି କୁହାଯାଉଛି। ବିଜେଡି ଏପର୍ଯ୍ୟନ୍ତ କଣ୍ଟାବାଞ୍ଜି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ସେଠାରୁ ପ୍ରାର୍ଥୀ ହେବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ଲଢିବେ ବୋଲି ଘୋଷଣା ହୋଇ ସାରିଛି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଚିରୁ ଲଢିବା ନେଇ ଯଦି ଘୋଷଣା ହୁଏ ତେବେ ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe