ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି: ମୁଖ୍ୟମନ୍ତ୍ରୀ

Advertisment
ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି: ମୁଖ୍ୟମନ୍ତ୍ରୀ

ବରଗଡ଼: ନିର୍ବାଚନ ପ୍ରଚାର ଲାଗି ପଦ୍ମପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ଏହାପରେ ସେ ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଜନସଭାରେ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉଦବୋଧନ ଦେଇଥିଲେ।

publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି।କେନ୍ଦୁପତ୍ର ତୋଳାଳିଙ୍କ ହକ୍ ଓ ଚାଷୀଙ୍କ  ଉନ୍ନତି ପାଇଁ ମୁଁ କାମ କରୁଛି। ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି। ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ। ଆପଣମାନଙ୍କର ସବୁ ସ୍ବପ୍ନ ସାକାର ହେବ।  ମା’ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ।

ଏହାପରେ ମୁଖ୍ୟମନ୍ତ୍ରୀ  ପଦ୍ମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ବ୍ଲକ୍‌ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ଝାରବନ୍ଧରୁ କାର୍ଯ୍ୟକ୍ରମ ସାରି ପାଇକମାଳ ଏମ୍‌ଇସ୍କୁଲ ପଡ଼ିଆ ହେଲିପ୍ୟାଡ୍‌ରେ ପହଁଚିବେ। ସେଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ପଦ୍ମପୁରସ୍ଥିତ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପ ପରିସରସ୍ଥ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସାଢ଼େ ୩ଟାରେ ପଦ୍ମପୁରଠାରେ ନିର୍ବାଚନୀ ସଭାରେ ‌ଯୋଗଦେଇ ସେ  ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ବିମାନରେ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe