ଯାତ୍ରୀଙ୍କ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରରେ ଜରୁରିକାଳୀନ ଅବତରଣ କଲା ବିମାନ

Advertisment
ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ: ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ

ଭୁବନେଶ୍ୱର:  ଯାତ୍ରୀଙ୍କ ଅସୁସ୍ଥତା  ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଚେନ୍ନାଇରୁ ବାଗଡୋଗ୍ରା ଯାଉଥିବା ସ୍ପାଇସ୍‌ ଜେଟ୍‌ ୬୨୩ ବିମାନରେ ଜଣେ ଯାତ୍ରୀଙ୍କ ଆକସ୍ମିକ ଭାବରେ ସ୍ୱାସ୍ଥ୍ୟ ଖରାପ ହେବାରୁ ଭୁବନେଶ୍ୱରରେ ଅପରାହ୍ଣ ୧୨ଟା ୨୬ରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ଯାତ୍ରୀ ଏନ.ଦାସ(୬୪) ଅସୁସ୍ଥ ହୋଇ ପଡ଼ିଥିଲେ।

ବିମାନ ଅବତରଣ ପରେ ଶ୍ରୀ ଦାସଙ୍କୁ ବିମାନବନ୍ଦରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ସେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଅପରାହ୍ଣ ୧ଟା ୫୬ରେ ବିମାନ ବାଗଡୋଗ୍ରା ଅଭିମୁଖେ ଯାଇଥିଲା। ଏହାରି ଭିତରେ ବିମାନବନ୍ଦରକୁ ସିଟି ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ଥିଲା, କିନ୍ତୁ ସେତେବେଳକୁ ଯାତ୍ରୀ ଜଣକ ସୁସ୍ଥ ହୋଇ ସାରିଥିଲେ। ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ଆଣ୍ଡ ଟର୍ମିନାଲ ମ୍ୟାନଜମେଣ୍ଟ ବିଭାଗ ବିମାନ ଅବତରଣ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe