ପେଟ୍ରୋଲ ଢାଳି ମହିଳା ଓ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

କଟକ ଜିଲ୍ଲା ରଘୁନାଥପୁର ବ୍ଲକ୍‌ ଜ୍ୟୋତି ମହାସଂଘ ସଭାକକ୍ଷରେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ସମୟ‌‌‌ରେ ଅଭାବନୀୟ ଘଟଣା ଘଟିଛି। ସଭାକକ୍ଷ ବାହାରେ ଜଣେ ମହିଳା ଓ ଯୁବକ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି।

gjgjgdjgdjdgj

ରଘୁନାଥପୁର: କଟକ ଜିଲ୍ଲା ରଘୁନାଥପୁର ବ୍ଲକ୍‌ ଜ୍ୟୋତି ମହାସଂଘ ସଭାକକ୍ଷରେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ସମୟ‌‌‌ରେ ଅଭାବନୀୟ ଘଟଣା ଘଟିଛି। ସଭାକକ୍ଷ ବାହାରେ ଜଣେ ମହିଳା ଓ ଯୁବକ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ସମ୍ଭାଳିଥିଲେ। 

ଦିନ ପ୍ରାୟ ୧୧ଟା ସମୟରେ ରଘୁନାଥପୁର ବ୍ଲକ୍‌ ଜ୍ୟୋତି ମହାସଂଘ ସଭାକକ୍ଷରେ ଜିଲ୍ଲାପାଳ ଜେ. ସୋନାଲ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ବାହାରେ ସ୍ଥାନୀୟ ଅଞ୍ଚଳର କନକଲତା ଜେନା ପୁଲିସ ତାଙ୍କୁ ନ୍ୟାୟ ପ୍ରଦାନ କରୁ ନ ଥିବା କହି ବୋତଲରେ ଆଣିଥିବା ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତତ୍‌କ୍ଷଣାତ ପୁଲିସ ତାଙ୍କଠାରୁ ପେଟ୍ରୋଲ ଭର୍ତ୍ତି ବୋତଲ ଛଡ଼ାଇ ନେଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ସରୋଜ କୁମାର ଶତପଥୀ ତାଙ୍କ ସ୍ତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜନଶୁଣାଣି ସ୍ଥଳରେ ପହଞ୍ଚି ପୁଲିସକୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ଏକ ବୋତଲରେ ଆଣିଥିବା ପେଟ୍ରୋଲ ଦେହରେ ଢାଳିବାକୁ ଉଦ୍ୟମ କରିଥିଲେ। ପାଖରେ ଥିବା ପୁଲିସ ଆଇଆଇସି ସୁଶାନ୍ତ କୁମାର ସେଠୀ ଓ ଏସ୍‌ଆଇ ଯୋଗେଶ୍ୱର ବେହେରା ତାଙ୍କୁ କାବୁ କରି ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ତାଙ୍କ ନାବାଳିକା ଝିଅକୁ କେହି ଅପହରଣ ନେଇଥିବା ସମ୍ପର୍କରେ କନକଲତା ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବିକାଶ ପୋଥାଳକୁ ଗିରଫ କରି ଜେଲ୍‌ ପଠାଇଥିଲା। ନାବାଳିକାକୁ ପରିବାର ଜିମା ଦେଇଥିଲା। ହେଲେ ପୁଣି ଝିଅ ଘରୁ ଚାଲିଯିବା ସମ୍ପର୍କରେ କନକଲତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୁଣି ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ବିକାଶ ଫେରାର ଥିବା ଆଇଆଇସି ଶ୍ରୀ ସେଠୀ କହିଛନ୍ତି। ପୁଲିସ ତାଙ୍କ ଝିଅକୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେଉନି ଓ ତାଙ୍କୁ ନ୍ୟାୟ ପ୍ରଦାନ କରୁନି ବୋଲି ଅଭିଯୋଗ ଆଣି କନକଲତା ଆତ୍ମାହୁତି ଉଦ୍ୟମ କରିଥିଲେ।

ସେହିପରି ରଘୁନାଥପୁର ବଜାରଠାରେ ଥିବା ଏକ ଦୋକାନରେ ସରୋଜଙ୍କ ସ୍ତ୍ରୀ କାମ କରୁଥିଲେ। ଉକ୍ତ ଦୋକାନ ମାଲିକ ତାଙ୍କ ସ୍ତ୍ରୀ ପ୍ରତି ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ସରୋଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରୁନି ବୋଲି ଅଭିଯୋଗ ଆଣି ସରୋଜ ଆତ୍ମାହୁତି ଉଦ୍ୟମ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ସତ୍ୟତା ନାହିଁ ବୋଲି ପୁଲିସ ସଫେଇ ଦେଇଛି। କନକଲତା ଓ ସରୋଜ ଆତ୍ମାହୁତି ଉଦ୍ୟମ କରିବା ଖବର ପାଇ ଏସ୍‌ପି ଅମରେନ୍ଦ୍ର ପଣ୍ଡା ଓ ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe