ଭୁବନେଶ୍ୱର : ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ଅଂଶବିଶେଷ ଏବଂ ଏହି ଚେତନାର ବ୍ୟାପକ ପ୍ରସାର ହେବା ଦରକାର। ନିଜକୁ ଅନ୍ୟ ଭିତରେ ଅନୁଭବ କରିବା ହିଁ ଆଧ୍ୟାତ୍ମିକତା। ଅନ୍ୟର ସେବାରେ ଯେଉଁ ଆନନ୍ଦ ମିଳେ, ତା’ର ବିକଳ୍ପ ନାହିଁ। ଜନତାର ସେବା ହିଁ ଜଗନ୍ନାଥଙ୍କ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଚାଇଲ୍ଡ ଆଣ୍ଡ ୱିମେନ୍ ଡେଭଲପ୍ମେଣ୍ଟ ସୋସାଇଟିର ଲୋଗୋକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଲୋକସେବାକୁ ଈଶ୍ୱରଙ୍କ ଶ୍ରେଷ୍ଠ ଅର୍ଚ୍ଚନା ଭାବରେ ଅଭିହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗଙ୍କ ଉନ୍ନତିକଳ୍ପେ ସମର୍ପିତ ପ୍ରୋଜେକ୍ଟ ଦେବଦତ୍ତକୁ ଲୋକାର୍ପଣ କରି ରାଜ୍ୟପାଳ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ମୁଖ୍ୟ ପ୍ରଫେସର୍ କଳ୍ପନା ଦାସ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ରାଜଭବନର ଅଧିକାରୀଙ୍କ ସମେତ ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ।
ନିଜକୁ ଅନ୍ୟ ଭିତରେ ଅନୁଭବିବା ହିଁ ଆଧ୍ୟାତ୍ମିକତା: ରାଜ୍ୟପାଳ
Advertisment
Follow Us