ଅଜଗରକୁ ଖଣ୍ଡଖଣ୍ଡ କରି ଭାଗ ବାଣ୍ଟିଲେ: ଅଜଗରକୁ ଖଣ୍ଡଖଣ୍ଡ କରି ଭାଗ ବାଣ୍ଟିଲେ

ଏକ ବିରାଟକାୟ ଅଜଗର ସାପକୁ ପିଟିପିଟି ମାରିଦେବା ପରେ ଏହାକୁ ଗାଁକୁ ଘୋଷାଡ଼ି ନେଇ ତା’ର ମାଂସ ଓ ଚମଡ଼ାକୁ ଭାଗ ବାଣ୍ଟି ନେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

fhkfhhfhu

ବାରିପଦା/କୁଳିଅଣା: ଏକ ବିରାଟକାୟ ଅଜଗର ସାପକୁ ପିଟିପିଟି ମାରିଦେବା ପରେ ଏହାକୁ ଗାଁକୁ ଘୋଷାଡ଼ି ନେଇ ତା’ର ମାଂସ ଓ ଚମଡ଼ାକୁ ଭାଗ ବାଣ୍ଟି ନେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତ ହେଲେ କୁଳିଅଣା ଥାନା କାଠଶୀର୍ଷି ଗ୍ରାମର ମଥୁରା ମାରାଣ୍ଡି (୬୫), ବାରିଆଲ ମାରାଣ୍ଡି (୩୦), ରାମ ମାରାଣ୍ଡି (୩୫) ଓ ବାରିପଦା ମଧୁବନ ଅଞ୍ଚଳର ବାବଲୁ ସିଂ (୫୦)।

ସୂଚନା ଅନୁଯାୟୀ; ଗତ ଶୁକ୍ରବାର ଅପରାହ୍ନରେ କାଠଶୀର୍ଷି ଗ୍ରାମର ବରିଆଲ ମାରାଣ୍ଡି ଓ ୩ ସାଥୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଛେଳିଗୁଡ଼ିକ ଚରୁଥିବା ବେଳେ ଏକ ବିରାଟକାୟ ଅଜଗର ସାପ ଆକ୍ରମଣ କରି ଏକ ଛେଳିକୁ ଗିଳିଦେବାକୁ ବସିଥିଲା। ଏହାଦେଖି ଅଭିଯୁକ୍ତମାନେ ଅଜଗରଟିକୁ ପଥରରେ ଛେଚି ଓ ବାଡ଼ିରେ ପିଟି ପିଟି ମାରି ଦେଇଥିଲେ। ପରେ ମୃତ ଅଜଗରଟିକୁ କେନାଲ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଆଣି ଗାଁରେ ପହଞ୍ଚିଥିଲେ। ତେବେ ଏତିକିରେ କଥା ସରିନଥିଲା। ସେମାନେ ଅଜଗରର ଚମଡ଼ା ଛାଲିବା ସହ ଏହାର ହାଡ଼, ଚର୍ବି, ମାଂସ ଓ ଚମଡ଼ାକୁ ଭାଗ ଭାଗ କରି ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ। ଏଥିରେ ଔଷଧୀୟ ଗୁଣ ଅଛି ବୋଲି ବିଶ୍ବାସ କରି ସେମାନେ ଏମିତି କରିଥିବା ସ୍ବୀକାର କରିଛନ୍ତି। ଅଜଗରକୁ ମାରିବା ଅପରାଧ ବୋଲି ଜାଣିନଥିବାରୁ ଏମିତି କରିଥିଲୁ ବୋଲି ଅଭିଯୁକ୍ତମାନେ ସଫେଇ ଦେଇଛନ୍ତି।     ତେବେ ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶରେ ଦେଉଳି ବନାଞ୍ଚଳ ଅଧିକାରୀ ବୁଦ୍ଧେଶ୍ୱର ନାଏକ, କୁଳିଅଣା ବନପାଳ ସୁମିତା କଲିଆ, ବନରକ୍ଷୀ ବିଜୟ କୁମାର ସେଠୀ, ରଶ୍ମିତା ସିଂଙ୍କୁ ନେଇ ଗଠିତ ଟିମ୍‌ କାଠଶୀର୍ଷି ଗ୍ରାମରେ ଚଢ଼ଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe