ରାଉରକେଲା କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ଉଦ୍‌ଘାଟିତ

Advertisment

ଜିଲ୍ଲାରେ ୧୦ଟି ହକି ପ୍ରଶିକ୍ଷଣ ଉଦ୍‌ଘାଟିତ

ଜିଲ୍ଲାରେ ୧୦ଟି ହକି ପ୍ରଶିକ୍ଷଣ ଉଦ୍‌ଘାଟିତ

ରାଉରକେଲା କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ଉଦ୍‌ଘାଟିତ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ରାଉରକେଲାରେ ଅନ୍ତର୍ଜାତୀୟ ମାନର ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ଏବଂ ୧୦ଟି ହକି ପ୍ରଶିକ୍ଷଣ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ।
publive-image
ଉଲ୍ଲେଖଯୋଗ୍ୟ, ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ ନିର୍ମିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ତିନିମହଲା ବିଶିଷ୍ଟ। ଏଠାରେ ଜିମ୍ନାସିୟମ ସମେତ ଭାରୋତ୍ତଳନ, ଟେବଲ୍‌ ଟେନିସ, ଯୋଗ କେନ୍ଦ୍ର, ଦୁଇଟି ଜିମ୍‌ ରହିଛି। ଜିମ୍ନାଷ୍ଟିକ୍‌ ଏକାଡେମୀର ଅନ୍ତର୍ଜାତୀୟମାନର କ୍ରୀଡ଼ା ଉପକରଣ ଉପଲବ୍ଧ। ୬ରୁ ୧୦ ବର୍ଷ ବୟସ୍କ ପିଲାମାନେ ଏଠାରେ ମାଗଣାରେ ପ୍ରଶିକ୍ଷଣ ନେଇପାରିବେ। ପ୍ରଶିକ୍ଷକ ନିଯୁକ୍ତ ହୋଇସାରିଥିବାବେଳେ କିଛି ପିଲା ନାମ ପଞ୍ଜିକୃତ କରିସାରିଥିବା ସୂଚନାରୁ ପ୍ରକାଶ। ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପର୍ବକୁ ଏଠାରେ ସିଧା ପ୍ରସାରଣ କରାଯାଇଥିଲା। ଏନେଇ ଏକାଡେମୀ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ଅଭିଜିତ୍ ମହନ୍ତ, ଅଧୀକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe