ପ୍ରବୀଣ କ୍ରୀଡ଼ାବିତ-ସାମ୍ବାଦିକ ଶ୍ୟାମାକାନ୍ତ ପଟ୍ଟନାୟକଙ୍କ ପରଲୋକ

Advertisment
ପ୍ରବୀଣ କ୍ରୀଡ଼ାବିତ-ସାମ୍ବାଦିକ ଶ୍ୟାମାକାନ୍ତ ପଟ୍ଟନାୟକଙ୍କ ପରଲୋକ

କଟକ : ଜଣାଣୁଣା କ୍ରୀଡ଼ାବିତ୍‌, ପୂର୍ବତନ ଜାତୀୟ ଫୁଟ୍‌ବଲ ରେଫରି, ପୂର୍ବତନ ରଣ୍‌ଜୀ ଖେଳାଳି, ପ୍ରବୀଣ କ୍ରୀଡ଼ା ସାମ୍ବାଦିକ ଶ୍ୟାମାକାନ୍ତ ପଟ୍ଟନାୟକ (୮୩)ଙ୍କର କଟକ ଟାଉନ୍‌ହଲ ରୋଡ୍‌ ବାସଭବନରେ ପର‌ଲୋକ ଘଟିଛି। ଶେଷ ଶଯ୍ୟା ନିକଟରେ ପୁଅ ଉଦୟନ ପଟ୍ଟନାୟକ, ଡକ୍ଟର ଦ୍ବୀପାୟନ ପଟ୍ଟନାୟକଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଖାନନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଉଦୟନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

ସେ ଉଭୟ କ୍ରିକେଟ୍ ଓ ଫୁଟବଲ ଖେଳରେ ପାରଦର୍ଶିତା ପ୍ରଦର୍ଶନ କରିବା ସହିତ ବହୁ ମ୍ୟାଚରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ। ଜାତୀୟସ୍ତରୀୟ ଫୁଟ୍‌ବଲ ରେଫରି ଭାବେ ସେ ସୁନାମ ପାଇଥିଲେ। ପରବର୍ତ୍ତି ସମୟରେ ସେ ସମାଜର କ୍ରୀଡ଼ା ପ୍ରତିନିଧି ଭାବେ କାର୍ଯ୍ୟ ଆରମ୍ଭ କରି ୧୯୯୭ରେ ବାର୍ତ୍ତା ସଂପାଦକ ଭାବେ ଅବସରଗ୍ରହଣ କରିଥ‌ିଲେ। ଶ୍ରୀ ପଟ୍ଟନାୟକ କ୍ରୀଡ଼ା ସାମ୍ବାଦିକ ସଂଘର ପ୍ରଥମ ସଭାପତି‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ପରଲୋକରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ଫୁଟବଲ ଆସୋସିଏସନ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe