Advertisment

ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା; ଜାତୀୟ ରାଜପଥ ଅବରୋଧ କଲେ ଖେଳାଳି

Advertisment
ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା; ଜାତୀୟ ରାଜପଥ ଅବରୋଧ କଲେ ଖେଳାଳି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟାଡିୟମଠାରେ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ସମାରୋହରେ ଖେଳାଳିମାନେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି। ଖାଇବା ଓ ପୁରସ୍କାରକୁ ନେଇ ଖେଳାଳିମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା ଦୁଇଟି ବିଭାଗରେ ଆଜି ଫୁଟବଲ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ଅପରାହ୍‌ଣ ୨ଟାରେ ଆଜିର ଖେଳ ଶେଷ ହୋଇଥିଲା। ଖେଳାଳିମାନେ ଭୋକ ଉପାସରେ ଥିବାରୁ ଖାଇବାକୁ ଡହଳବିକଳ ହୋଇଥିଲେ। ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ବାରିପଦା ନିଜ ଖର୍ଚ୍ଚରେ ଯାଅ ‌ସେଠାରେ ଖାଇବାକୁ ଦେବା ସହ ପୁରସ୍କାର ରାଶି ୩୦,୦୦୦ ଟଙ୍କା ଦିଆଯିବ। ବହଳଦା ଦଳର ରନର୍ସ ଅପ୍ ବିଜେତାମାନେ କହିଲେ ବାରିପଦା ଯିବାକୁ ଏବଂ ବର୍ତ୍ତମାନ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଏଠାରେ ତ ଖେଳ ସରିଲା ତେଣୁ ପୁରସ୍କାର ରାଶି ଏଠାରେ ଦିଅନ୍ତୁ। ସ୍ଥାନୀୟ ପ୍ରଶାସନ କହିଲେ ବାରିପଦା ପ୍ରଶାସନ ବୁଝିବ। ଏହାକୁ ନେଇ ଭୋକ ଉପାସରେ ଥିବା ବହଳଦା, ତିରିଂ, ବାରିପଦା ଓ କପ୍ତିପଦା ଦଳର ଫୁଟବଲ୍ ଖେଳାଳିମାନେ ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକରେ ଦୀର୍ଘ ୧ ଘଣ୍ଟା ଧରି ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଘଟଣାସ୍ଥଳରେ ଏବିଡିଇଓ ସୁରାଇ ମାରାଣ୍ଡି, ଥାନାଧିକାରୀ ସୁଚନ୍ଦ୍ର ମହାଳିକ ବହୁତ ବୁଝାବୁଝି କଲାପରେ ଖେଳାଳିମାନେ ରାସ୍ତା ଅବରୋଧରୁ ହଟିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ଟ୍ରକ ଓ ଭାରିଯାନ ଅଟକି ରହିଥିଲା। ପ୍ରଶାସନ ତରଫରୁ ପରେ ଖାଇବା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ତାଙ୍କ ଗାଁରେ  ପୁରସ୍କୃତ ରାଶି ପ୍ରଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe