ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ: ଅନ୍‌ଲାଇନ୍‌ ଜୁଆଖେଳର ସାଂଘାତିକ ପରିଣତି

Advertisment

ଋଣ କରି ଅନ୍‌ଲାଇନ୍‌ ଗେମ୍‌ରେ ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ କ୍ରୀଡ଼ା ଶିକ୍ଷକ। ସୌଭାଗ୍ୟବଶତଃ ପତ୍ନୀ ଠିକ୍‌ ସମୟରେ ପହଞ୍ଚିଯିବାରୁ ବଞ୍ଚି ଯାଇଛନ୍ତି।

ଋଣ କରି ଅନ୍‌ଲାଇନ୍‌ ଗେମ୍‌ରେ ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ କ୍ରୀଡ଼ା ଶିକ୍ଷକ। ସୌଭାଗ୍ୟବଶତଃ ପତ୍ନୀ ଠିକ୍‌ ସମୟରେ ପହଞ୍ଚିଯିବାରୁ ବଞ୍ଚି ଯାଇଛନ୍ତି।

dgdggdcvvc

କୋରାପୁଟ: ଋଣ କରି ଅନ୍‌ଲାଇନ୍‌ ଗେମ୍‌ରେ ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ କ୍ରୀଡ଼ା ଶିକ୍ଷକ। ସୌଭାଗ୍ୟବଶତଃ ପତ୍ନୀ ଠିକ୍‌ ସମୟରେ ପହଞ୍ଚିଯିବାରୁ ବଞ୍ଚି ଯାଇଛନ୍ତି। ଅନ୍‌ଲାଇନ୍‌ ଗେମ୍‌ର ଏମିତି ସାଂଘାତିକ ପରିଣତି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ। ନାରାୟଣପାଟଣା ସରକାରୀ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରାଜେଶ ମହାପାତ୍ର କିଛି ମାସ ହେଲା ଅନ୍‌ଲାଇନ୍‌ରେ ଜୁଆ ଖେଳୁଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କର ଗୋଟିଏ ଅଭ୍ୟାସରେ ପରିଣତ ହୋଇଥିଲା। ନିଜ ସଂଚିତ ଟଙ୍କା ଖେଳରେ ହରାଇବା ପରେ ବି ଚେତା ପଶିନଥିଲା। ତେଣୁ କରଜ କରି ଟଙ୍କା ବାଜି ଲଗାଇଲେ। ଲକ୍ଷାଧିକ ଟଙ୍କା ଋଣ କରିବା ପରେ ଆଉ ଶୁଝିବାକୁ ସକ୍ଷମ ହୋଇନଥିଲେ।

ଅନ୍ୟପଟେ ଋଣଦାତା ଟଙ୍କା ମାଗିବା ଆରମ୍ଭ କରିଥିଲେ। ଯାହା ତାଙ୍କୁ ଚିନ୍ତାରେ ପକାଇଥିଲା। ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ସମୟକୁ ଅପେକ୍ଷା କରିଥିଲେ। ଗତକାଲି ଅପରାହ୍ନରେ କୌଣସି କାମରେ ପତ୍ନୀ ଘର ବାହାରକୁ ଯିବା ପରେ ରାଜେଶ ନିଜ ଭଡ଼ାଘରେ ଏକୁଟିଆ ଥିଲେ। ଘର ଭିତରପଟୁ ବନ୍ଦ କରି ରଶି ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ପତ୍ନୀ ଘରକୁ ଆସିବା ପରେ କବାଟ ବାଡ଼େଇଥିଲେ। ରାଜେଶ କବାଟ ନ ଖୋଲିବାରୁ ପତ୍ନୀ ସାହି ପଡ଼ିଶା ଲୋକଙ୍କୁ ଡାକିଥିଲେ। କବାଟ ଭାଙ୍ଗି ଘର ଭିତରେ ପଶିଲା ବେଳକୁ ରାଜେଶ ରଶି ଲଗାଇ ଝୁଲିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଦେଖିଲା ବେଳକୁ ନିଶ୍ବାସ ଚାଲିଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ  ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ଚେତା ନ ଫେରିବାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe