ଚାଞ୍ଚଡାପଦରରେ ଝାଡାବାନ୍ତି: ଖବର ପ୍ରକାଶ ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର

Advertisment
ଚାଞ୍ଚଡାପଦରରେ ଝାଡାବାନ୍ତି: ଖବର ପ୍ରକାଶ ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତର ଚାଞ୍ଚଡାପଦରରେ ଝାଡାବାନ୍ତି ବ୍ୟାପିଛି। ଏହି ଖବର ପ୍ରକାଶ ପରେ ଶନିବାର ଚଞ୍ଚଡ଼ାପଦର ଗ୍ରାମରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ତଦାରଖ ଆରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତର ଉକ୍ତ ଗ୍ରାମରେ ଝାଡା ବାନ୍ତିରେ ଶୁକ୍ରବାର ୬ ଆକ୍ରାନ୍ତ ହୋଇ ୱାର୍ଡମେମ୍ବରଙ୍କ ସହାୟତାରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

publive-image

ଏ ସଂକ୍ରାନ୍ତରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ତେବେ ଖବର ପ୍ରକାଶ ‌ପରେ ଚାଞ୍ଚଡାପଦର ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପହଂଚି ଗ୍ରାମବାସୀଙ୍କୁ ସ୍ଵଛତା ଉପରେ ସଚେତନ କରିବା ସହ ଔଷଧ ବଣ୍ଟନ କରିଛନ୍ତି। ଗ୍ରାମର ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଭଲ ହେବାରୁ   ଘରକୁ ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe