ସାକ୍ଷାତ୍‌କାରରେ ଜାତୀୟ ଗଣମାଧ୍ୟମକୁ କହିଲେ ଧାବିକା ଦୂତୀ ଚାନ୍ଦ : ବାନ୍ଧବୀ ସହ ମୋର ସମଲିଙ୍ଗୀ ସମ୍ପର୍କ ଅଛି

ସାକ୍ଷାତ୍‌କାରରେ ଜାତୀୟ ଗଣମାଧ୍ୟମକୁ କହିଲେ ଧାବିକା ଦୂତୀ ଚାନ୍ଦ : ବାନ୍ଧବୀ ସହ ମୋର ସମଲିଙ୍ଗୀ ସମ୍ପର୍କ ଅଛି

ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଭାରତର ଦ୍ରୁତତ୍ତମ ଧାବିକା ଦୂତୀ ଚାନ୍ଦ କହିଛନ୍ତି। ତାଙ୍କର ଘନିଷ୍ଠ ବାନ୍ଧବୀ ସେ ଝିଅଟି ହେଉଛି ତାଙ୍କ ଜନ୍ମିତ ସହର ଚକ ଗୋପାଳପୁରର। ଅକାରଣରେ ଧ୍ୟାନର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁ ନ ଥିବାରୁ ଦୂତୀ ତାଙ୍କ ସଙ୍ଗିନୀର ପରିଚୟ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

ସମଲିଙ୍ଗୀ ସମ୍ବନ୍ଧରେ ଥିବା କଥା ସର୍ବସମ୍ମୁଖରେ ସ୍ୱୀକାର କରିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ କ୍ରୀଡ଼ା ତାରକା। ସମ୍ପ୍ରତି ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ପଦକ ପାଇବା ନିମନ୍ତେ ତାଲିମ ନେଉଥିବାରୁ ଘରବସାଇବା ପାଇଁ ତୁରନ୍ତ କୌଣସି ଯୋଜନା କରି ନାହାନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ଦୂତୀ କହିଛନ୍ତି: ମୁଁ ଯାହାକୁ ପାଇଛି ସେ ହେଉଛି ମୋର ଘନିଷ୍ଠ ବାନ୍ଧବୀ। ମୁଁ ବିଶ୍ୱାସ କରେ ଯିଏ ଯାହା ସାଥିରେ ରହିବାକୁ ଚାହାଁନ୍ତି ବୋଲି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କୁ ସେ ସ୍ୱାଧୀନତା ମିଳିବା ଉଚିତ। ସମଲିଙ୍ଗୀ ସମ୍ପର୍କରେ ଯେଉଁମାନେ ରହିବାକୁ ଆଗ୍ରହୀ ସେମାନଙ୍କ ଅଧିକାରକୁ ମୁଁ ସର୍ବଦା ସମର୍ଥନ କରିଛି। ଏହା ଜଣକର ବ୍ୟକ୍ତିଗତ ପସନ୍ଦ।

publive-image

ଧାରା ୩୭୭କୁ ସୁପ୍ରିମ୍‌ କୋର୍ଟ ଡିକ୍ରିମିନାଲାଇଜ୍‌ କରିବାର ଐତିହାସିକ ନିଷ୍ପତ୍ତି ପରେ ସେ ଏ ସଂକ୍ରାନ୍ତରେ କହିବାକୁ ସାହସ ଜୁଟାଇ ପାରିଥିବା କଥା କହିଛନ୍ତି।

ସେ କହିଛନ୍ତି: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୁରୁଣା ଆଇନ୍‌କୁ କାଟି ଦେଇଛନ୍ତି। ମୋର ଯାହା ସହିତ ରହିବାକୁ ଇଚ୍ଛା ସେ ନିଷ୍ପତ୍ତି ଜଣେ କ୍ରୀଡ଼ାବିତ୍‌ର ନିଷ୍ପତ୍ତି ଭାବେ ବିଚାର କରିବାକୁ କାହାରି ଅଧିକାର ନାହିଁ ବୋଲି ମୋର ବିଶ୍ୱାସ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସମ୍ମାନ ଦେବା ଉଚିତ। ଆନ୍ତର୍ଜାତିକ କ୍ରୀଡ଼ାରେ ମୁଁ ଭାରତ ପାଇଁ ପଦକ ହାସଲ ପାଇଁ ଉଦ୍ୟମ ଜାରି ରଖିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe