ପୁରୀ : ଶ୍ରୀମନ୍ଦିରରେ ଗୁରୁବାରଠାରୁ ଦେବ ଦୀପାବଳି ଆରମ୍ଭ ହେଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ନୀତିର ପ୍ରଥମ ଦିନ ଦେବ ଦୀପାବଳି, ଦ୍ବିତୀୟ ଦିନ ଅର୍ଥାତ୍ ଅମାବାସ୍ୟାରେ ମଧ୍ୟ ଦୀପାବଳି ଓ ପରଦିନ ଶେଷ ଦୀପାବଳି ନୀତି ଅନୁଷ୍ଠିତ ହେବ। ତିନିଦିନ ଧରି ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରରେ ଦୀପଦାନ କରିବାର ପରମ୍ପରା ରହିଛି। ଦ୍ବିପ୍ରହର ଧୂପ ପରେ ମହାପ୍ରଭୁ ଏହି ତିନିଦିନ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ
Advertisment
Follow Us