‘ଶ୍ରୀମୟୀ ମା’ ଲାଗି ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଲେ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ

Advertisment
‘ଶ୍ରୀମୟୀ ମା’ ଲାଗି ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଲେ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ

ଅଗରତାଲା: ଆଜି ଅଗରତାଲାରେ ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅନୁବାଦ ପୁରସ୍କାର-୨୦୧୮ ପ୍ରଦାନ କରାଯାଇଛି। ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା ସମେତ ୨୨ଟି ଭାଷାର ଶ୍ରେଷ୍ଠ ଅନୁବାଦକଙ୍କୁ ପୁରସ୍କାର ଦିଆଯାଇଛି। ଓଡ଼ିଆ ଭାଷାରେ ଅନୁବାଦ ଲାଗି ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କୁ ପୁରସ୍କାର ମିଳିଛି। ସେ ନବକୁମାର ବୋଷଙ୍କ ରଚିତ  ବଙ୍ଗଳା  ଉପନ୍ୟାସ ‘ଶ୍ରୀମୟୀ ମା’ର ଓଡ଼ିଆ ଅନୁବାଦ କରି ୨୦୧୮ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ଲାଗି ମନୋନୀତ ହୋଇଥିଲେ।  ‘ଶ୍ରୀମୟୀ ମା’ର ଅନୁବାଦ ଅତ୍ୟନ୍ତ ସାବଲୀଳ ହେବା ସହ ମୂଳ ରଚନାର ଏକ ଜୀବନ୍ତ ଉପସ୍ଥାପନା ବୋଲି ଜୁରିମାନେ ମତ ପୋଷଣ କରିଥିଲେ।

ଅଗରତାଲାର ସହିଦ୍‌ ଭଗତ ସିଂ ଯୁବ ଆବାସ ପ୍ରେକ୍ଷାଳୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ଯୋଗ ଦେଇଥିଲେ। ସାହିତ୍ୟ ଅକାଦେମିର ସଚିବ କେ.ଶ୍ରୀନିବାସ ରାଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅକାଦେମିର ଉପସଭାପତି ମାଧବ କୌଶିକ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe