ନାଇଜର୍‌ ଓଡ଼ିଆ ବୈଜ୍ଞାନିକଙ୍କୁ ଏସ୍‌ଇଆର୍‌ବି ଷ୍ଟାର୍‌ ପୁରସ୍କାର

Advertisment
ନାଇଜର୍‌ ଓଡ଼ିଆ ବୈଜ୍ଞାନିକଙ୍କୁ ଏସ୍‌ଇଆର୍‌ବି ଷ୍ଟାର୍‌ ପୁରସ୍କାର

ଜଟଣୀ: ଜଟଣୀସ୍ଥିତ ଭୁବନେଶ୍ବର ଜାତୀୟ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ନାଇଜର)କୁ ଜଣେ ଓଡ଼ିଆ ବୈଜ୍ଞାନିକ ଗୌରବମଣ୍ଡିତ କରିଛନ୍ତି। ପଦାର୍ଥ ବିଜ୍ଞାନରେ ଗବେଷଣାରତ ବୈଜ୍ଞାନିକ ଡ. ତପନ ମିଶ୍ର ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ୨୦୨୨ ମସିହା ପାଇଁ ସମ୍ମାନଜନକ ଏସ୍ଇଆର୍‌ବି ଷ୍ଟାର୍‌ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ ବିଭିନ୍ନ ପ୍ରକଳ୍ପର ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ବର୍ତ୍ତମାନ ବୈଜ୍ଞାନିକ ଶ୍ରୀ ମିଶ୍ର ନାଇଜର ପଦାର୍ଥ ବିଜ୍ଞାନ ବିଭାଗର କ୍ବାଣ୍ଟମ୍‌ କଣ୍ଡେନସ୍‌ ମ୍ୟାଟର୍‌ ଉପରେ ଗବେଷଣା କରୁଛନ୍ତି। ଜଗତସିଂହପୁରର ଜିଲ୍ଲା ନରଣପୁରଠାରେ ଜନ୍ମିତ ଶ୍ରୀ ମିଶ୍ର ନାଇଜରର ପ୍ରଥମ ଗବେଷକ ଯିଏ କି ଭାରତ ସରକାରଙ୍କ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପାଇଁ ନାଇଜର୍‌ ସମେତ ବିଭିନ୍ନ ମହଲରୁ ଶୁ‌ଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe