ବଡ଼ ବନ୍ୟା ଟାଳିବାକୁ ପ୍ରଶାସନକୁ ସଜାଗ କରାଯାଇଛି: ସ୍ୱତନ୍ତ୍ର ରିଲିଫ କମିସନର

Advertisment
ବଡ଼ ବନ୍ୟା ଟାଳିବାକୁ ପ୍ରଶାସନକୁ ସଜାଗ କରାଯାଇଛି: ସ୍ୱତନ୍ତ୍ର ରିଲିଫ କମିସନର

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା। ପ୍ରବଳ ବନ୍ୟାକୁ ଏଡ଼ାଇ ପାଇଁ ପଦକ୍ଷେପ ନିଆଯାଉଛି। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ସେ କହିଛନ୍ତି, ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରାଗଲା। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ। ହୀରାକୁଦରେ ୬୨୧ ଫୁଟ ପାଣି ରହିଛି। ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଏହି ପାଣି ଆହୁରି ବଢ଼ିବ।

ସେ ଆହୁରି କହିଛନ୍ତି, ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠାରୁ ଅଧିକ ୭ଟି ବ୍ଲକରେ ୨୦୦ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି। ୧୩୨ଟି ବ୍ଲକ ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢ଼ିଛି। ଆସନ୍ତାକାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇପାରେ। ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ। ପ୍ରବଳ ବନ୍ୟା ହୋଇପାରେ। ହୀରାକୁଦର ୮ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡ଼ିବା କମିଛି। ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ।

ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି। ଯାହାକି ଆସନ୍ତାକାଲି ୧୧ ଲକ୍ଷ କ୍ୟୁସେକରେ ପହଞ୍ଚିବ। ତେବେ ଏହାର ମୁକାବିଲା ଲାଗି ଯାହା ଟିମ୍ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ୍ ଓଡ୍ରାଫର ଆଉ ଏନଡିଆରଫର ଅତିରିକ୍ତ ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ୍ ପଠାଯାଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ। ତେଣୁ ସ୍ଥାନୀୟ ପ୍ରଶାସନକୁ ସଜାଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe