ଭୁବନେଶ୍ୱର: କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ପାଣିରେ ଲକ୍ଷାଧିକ ଲୋକ ଫସି ରହିଥିବା ବେଳେ ଏଥିରେ ଶତାଧିକ ଓଡ଼ିଆ ଲୋକ ମଧ୍ୟ ସାମିଲ ଅଛନ୍ତି। ଏଥି ପାଇଁ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଓଡ଼ିଶାର ଲୋକଙ୍କ ପାଇଁ ହେଲପ୍ଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର ଶୁକ୍ରବାର ହେଲପ୍ଲାଇନ୍ ନମ୍ବର ୧୦୭୦(ଟ୍ରୋଲ ଫ୍ରି) ଓ ୦୬୭୪-୨୫୩୪୧୯୯ ଜାରି କରିଛନ୍ତି। ଯେକୌଣସି ବ୍ୟକ୍ତି ଯଦି ବନ୍ୟାରେ ଫସିଛନ୍ତି, ତାଙ୍କର ସଂପର୍କୀୟ ଉପରୋକ୍ତ ହେଲପ୍ଲାଇନ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ଯୁଗ୍ମ ରିଲିଫ କମିସନର ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କେରଳ ବନ୍ୟାରେ ପ୍ରାୟ ୧୩୦ ଜଣ ଓଡ଼ିଆ ଲୋକ ଫସିଛନ୍ତି। ଏର୍ଣ୍ଣାକୁଲମ ଜିଲ୍ଲାର ଓଡ଼କାଲି ପହାଡ଼ ଦେଶରେ ଏକ ଘର ଭିତରେ ଏହି ଲୋକମାନେ ଫସିଥିବା ଜଣାପଡ଼ିଛି। ପୁରୀ ଜିଲ୍ଲାରୁ ୬୦, କଟକ ଜିଲ୍ଲାରୁ ୩୦ ଓ ଫୁଲବାଣୀ ଜିଲ୍ଲାରୁ ୪୦ ଜଣ ଯୁବକ ପାଣିଘେରରେ ଅଛିନ୍ତି। ଏମାନେ ସମସ୍ତେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ।
ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଇବା ପିଇବା ବଡ଼ ଅସୁବିଧା ହେଉଛି। ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିବା ବେଳେ ମୋବାଇଲ ସୁଇଚଅଫ୍ ରହିଛି। ଫୋନ୍ ବନ୍ଦ ହେବା ପୂର୍ବରୁ ବନ୍ୟା ପ୍ରଭାବିତ ଲୋକେ ନିଜ ସଂପର୍କୀୟମାନଙ୍କୁ ପରିସ୍ଥିତି ସଂପର୍କରେ ସୂଚନା ଦେଇଥିଲେ।
କେରଳ ବନ୍ୟାରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ହେଲପ୍ଲାଇନ୍ ନମ୍ବର ଜାରି କଲେ ରାଜ୍ୟ ସରକାର
Advertisment
Follow Us