ଓଡ଼ିଶା ଉପରେ ଆଉ ରହିବନି ବର୍ଷା ପ୍ରଭାବ, ବନ୍ୟା ଆଶଙ୍କା ବି ନାହିଁ: ଏସ୍‌ଆର୍‌ସି

Advertisment
ଓଡ଼ିଶା ଉପରେ ଆଉ ରହିବନି ବର୍ଷା ପ୍ରଭାବ, ବନ୍ୟା ଆଶଙ୍କା ବି ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ବର: ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି, ୧୬ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ତେବେ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ । ଆସିକା ଓ ହିଞ୍ଜିଳିରେ ଡ୍ରେନେଜ୍‌ କାମ ହୋଇଥିବାରୁ ଜଳମଗ୍ନ ଅବସ୍ଥା ସୃଷ୍ଟି ହୋଇନାହିଁ।

ଆଗାମୀ ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଦକ୍ଷିଣ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ୭ଦିନ ଯାଏ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ  ବୋଲି ସୂଚନା ମିଳିଛି। ତେବେ ଋଷିକୂଲ୍ୟା ନଦୀରେ ଜଳସ୍ତର ବଢ଼ିବାର ଥିଲେ ମଧ୍ୟ ବନ୍ୟା ଆଶଙ୍କା ବି ନାହିଁ ବୋଲି ଏସ୍‌ଆର୍‌ସି ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe