ଝଡ଼ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଏସ୍‌ଆର୍‌ସିଙ୍କ ନିର୍ଦେଶ

Advertisment
ଝଡ଼ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଏସ୍‌ଆର୍‌ସିଙ୍କ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ଝଡ଼ବର୍ଷା, କୁଆରପଥର ମାଡ଼ ଯୋଗୁଁ ବିଭିନ୍ନ ଅଞ୍ଚଳରେ ନାହିଁନଥିବା କ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି କ୍ଷୟକ୍ଷତି ଆକଳନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଯେଉଁ ଜିଲ୍ଲାରେ ବି ଘର, ଚାଷ, ପଶୁସଂପଦ କିମ୍ବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ସଂକ୍ରାନ୍ତରେ ତୁରନ୍ତ ଅନୁଧ୍ୟାନ କରି ରିପୋର୍ଟ ଦିଅ। ଏହି ରିପୋର୍ଟ ମିଳିବା ପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଯେଉଁସବୁ ସହାୟତା ଦିଆଯାଇପାରିବ, ତାହା ପ୍ରଦାନ କରାଯିବ।

ଶୁକ୍ରବାର ବାଲେଶ୍ବର ଜିଲ୍ଲାରେ ଝଡ଼ତୋଫାନ ବଡ଼ ବିପର୍ଯ୍ୟୟ ଆଣିଥିଲା।ଏତେ ଯେ ଟେଲିଫୋନ୍ ଟାଵାର ବି ଉପୁଡିଯାଇଥିଲ। ସମଗ୍ର ଉପକୂଳ ଜିଲ୍ଲାରେ ରବି ଫସଲକୁ ବ୍ୟାପକ କ୍ଷତି ଘଟାଇଛି। ମୁଗ ଆଦି ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏଭଳି ପାଗ ଆଉ ତିନି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ପରିପ୍ରେକ୍ଷୀରେ କ୍ଷୟକ୍ଷତିର ପରିମାଣ ବଢ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe