ଘରଭଙ୍ଗା ସହାୟତା ନେଇ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Advertisment
ଘରଭଙ୍ଗା ସହାୟତା ନେଇ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

ଭୁବନେଶ୍ବର : ପ୍ରାକୃତିକ ଦୁର୍ବିପାକରେ ଭାଙ୍ଗିଯାଇଥିବା ଘରରୁ ପୁଣି ଥିରେ ନିର୍ମାଣ ଓ ମରାମତି ପାଇଁ ରିଲିଫ କୋଡ୍‌ ଅନୁଯାୟୀ ସରକାର ପ୍ରଦାନ କରୁଥିବା ଆର୍ଥିକ ସହାୟତା ପରିମାଣ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ବିଶେଷକରି 'ଫନି' ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଜଘର ଓ ପକ୍କା ଘର ବାବଦରେ ସୁପାରିସ କଲାବେଳେ ଘର ମରାମତି ଓ ନିର୍ମାଣ ପାଇଁ ଆର୍ଥିକ ସହାୟତା ରାଶି ଯେପରି ପର୍ଯ୍ୟାପ୍ତ ହେଉଥିବ, ସେଥି ପାଇଁ ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ୨୦୧୫ରୁ ୨୦୨୦ ଭିତରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରାକୃତିକ ଦୁର୍ବିପାକରେ ଘର ଭଙ୍ଗା ବାବଦରେ ଧାର୍ଯ୍ୟ ହୋଇଥିବା ଆର୍ଥିକ ସହାୟତା ପରିମାଣ ଅନୁଯାୟୀ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପ୍ରତି ପକ୍କା ଓ କଚା ଘର ପାଇଁ ୯୫,୧୦୦ ଟଙ୍କା, ପାର୍ବତ୍ୟ ଓ ଆଇଏପି ଜିଲ୍ଲାଗୁଡ଼ିକ ପାଇଁ ୧ ଲକ୍ଷ ୧ ହଜାର ୯୦୦ ଟଙ୍କା ପ୍ରଦାନ କରାଯିବ। ସମାନ ପରିମାଣର ଆର୍ଥିକ ସହାୟତା ମଧ୍ୟ ଅତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗୃହ ପାଇଁ ପ୍ରଦାନ କରାଯିବ। କୁଡ଼ିଆ ଘରକୁ ଛାଡ଼ି ଯେଉଁ ପକ୍କା ଘରର ଅନ୍ୟୁନ ୧୫% ନଷ୍ଟ ହୋଇଥିବ ସେଥିପାଇଁ ପ୍ରତି ଘର ବାବଦରେ ୫,୨୦୦ ଟଙ୍କା ଓ କଚାଘର ୧୫% ନଷ୍ଟ ହୋଇଥିଲେ ଘର ପିଛା ମରାମତି ବାବଦରେ ୩,୨୦୦ ଟଙ୍କା ପ୍ରଦାନ କରାଯିବ। କୁଡ଼ିଆ ଭାଙ୍ଗିଥିଲେ ପ୍ରତି କୁଡ଼ିଆ ପିଛା ୪,୨୦୦ ଟଙ୍କା ପ୍ରଦାନ କରିବା ପାଇଁ ରିଲିଫ କୋଡ଼ରେ ଧାର୍ଯ୍ୟ ହୋଇଛି। ଘର ସହିତ ସଂଲଗ୍ନ ଗୁହାଳ ପାଇଁ ୨,୧୦୦ ଟଙ୍କା ପ୍ରଦାନ କରାଯିବ।

ଘରଭଙ୍ଗା ସହାୟତା ପାଇଁ ସୁପାରିସ କଲାବେଳେ ଆଂଶିକ କ୍ଷତି ହୋଇଥିବା ଘର ପାଇଁ କେତେ ପରିମାଣର ଟଙ୍କା ଦିଆଯାଇପାରିବ ବୋଲି ସ୍ପଷ୍ଟୀକରଣ ଦେଇ ଏସଆରସି ଜଣାଇଛନ୍ତି, ଘର ଭାଙ୍ଗିଥିବା ଲୋକର ଘରଟି ମରାମତି ପାଇଁ ଯେପରି ଆର୍ଥିକ ସହାୟତା ପର୍ଯ୍ୟାପ୍ତ ହେଉଥିବା ସେହି ଅନୁଯାୟୀ ସୁପାରିସ କରିବାକୁ ସର୍ଭେ କରୁଥିବା ଅଧିକାରୀ ଦୃଷ୍ଟି ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe