ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସରକାର ଜାରି କଲେ ସତର୍କ ସୂଚନା

Advertisment

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆ‌ର୍‌ସି

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆ‌ର୍‌ସି

୩୫ ଡିଗ୍ରି ଡେଇଁଲା ଭୁବନେଶ୍ବରର ତାପମାତ୍ରା

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା ଜାରି କରିଛନ୍ତି। ଏସ୍ଆ‌ର୍ସି‌ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ ଓ କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ସେହିଭଳି ସ୍କୁଲ, କଲେଜକୁ ପ୍ରଚୁର ପରିମାଣର ଓଆରଏସ ପହଞ୍ଚାଯିବ ।

ଏସ୍‌ଆର୍‌ସି ଶ୍ରୀ ଜେନନା କହିଛନ୍ତି ଯେ, ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ଲାସରେ ହିଟୱେଭ ସମ୍ପର୍କରେ ସଚେତନ କରାଯିବ । ସେହପରି କେବଳ ସକାଳ ବେଳା ଅଙ୍ଗନୱାଡି କେନ୍ଦ୍ର ଖୋଲିବ । ଜୀବନ ରକ୍ଷାକାରୀ ଔଷଧ, ସାଲାଇନ, ଓଆରଏସ ପ୍ରଚୁର ପରିମାଣରେ ରଖାଯିବ ବୋଲି କୁହାଯାଇଛି । ଯାତ୍ରୀ ପରିବହନ ଗାଡିରେ ରହିବ ଓଆରଏସ ଓ ପାଣି ।

ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍‌ଏସି ବସ୍‌ଗୁଡ଼ିକ ସମୟ ନିର୍ଦ୍ଧାରଣ କରିବେ। ତଦାରଖ ପାଇଁ ଜିଲ୍ଲାପାଳ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେବେ। ଗ୍ରୀଷ୍ମକାଳୀନ ଖବତ ତୁରନ୍ତ ଏସ୍‌ଆର୍‌ସିଙ୍କୁ ଜଣାଇବେ। କାର୍ଯ୍ୟ‌ କ୍ଷେତ୍ରରେ ମୃତ୍ୟୁ ଘଟିଲେ ୪୮ ଘଣ୍ଟାରେ ରିପୋର୍ଟ ଦାଖଲ କରିବେ। ସେହିପରି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟିଆ ଖୋଲା ରହିବ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିଲା । ଅନ୍ୟ ଜିଲ୍ଲା ଗୁଡିକ ହେଲା ବାରିପଦା ୩୬.୮, କଟକ ୩୬.୬, ନୟାଗଡ ୩୬.୫, ବଲାଙ୍ଗୀର ୩୬.୪, ଅନୁଗୁଳ ୩୫.୭, ତାଳଚେର ୩୫.୫, ଭବାନୀପାଟଣା ୩୫.୫, ଓ ସମ୍ବଲପୁର ୩୫.୩ ଡିଗ୍ରୀ ରେକର୍ଡ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe