ପୁରୀରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌, ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ

ପୁରୀରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌, ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ

ପୁରୀ :‌ ତୀର୍ଥଯାତ୍ରୀଙ୍କୁ ନେଇ ଗତ ୨୫ ତାରିଖରେ ଦିଲ୍ଲୀର ସଫ୍‌ଦରଜଙ୍ଗ ଷ୍ଟେସନ୍‌ରୁ ବାହାରିଥିବା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ଶନିବାର ଦିନ ପୁରୀ ରେଳଷ୍ଟେସନ୍‌ରେ ପହଞ୍ଚିଛି। ୫୨୮ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ଏହି ଟ୍ରେନ୍‌ ଆଜି ପୁରୀ ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଯାତ୍ରୀଙ୍କୁ ଫୁଲ ମାଳ ପିନ୍ଧାଇ ଓ ପୁଷ୍ପ ବର୍ଷା କରି ସ୍ବାଗତ ଜଣାଯାଇଥିଲା। ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଓ ମହାପ୍ରଭୁଙ୍କ ଶୁଖିଲା ପ୍ରସାଦ ବି ଦିଆଯାଇଥିଲା। ଏହି ଯାତ୍ରୀମାନେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାସହ କୋଣାର୍କ ସୂର୍ଯ୍ୟମନ୍ଦିର ବି ବୁଲି ଦେଖିବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରୁ ବାହାରିଥିବା ଏହି ଟ୍ରେନ୍‌ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ଯାତ୍ରା କରିବ। ପୁରୀ, ଭୁବନେଶ୍ବର, କାଶୀ, ବୈଦ୍ୟନାଥ, ଗୟା ସମେତ ବିଭିନ୍ନ ତୀର୍ଥସ୍ଥଳୀ ଯାତ୍ରା କରିବେ। ଗୟାରେ ଏହି ଯାତ୍ରା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe