ଶ୍ରୀମନ୍ଦିରରେ ଅଣହିନ୍ଦୁ ଅଧିକାରୀଙ୍କ ପ୍ରବେଶ ଘଟଣା: ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ଶ୍ରୀମନ୍ଦିରରେ ଅଣହିନ୍ଦୁ ଅଧିକାରୀଙ୍କ ପ୍ରବେଶ ଘଟଣା: ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ : ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଆଇଆର୍‌ଏସ୍‌ ଅଧିକାରୀ ରେଶମା ଲଖାନିଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା।

ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ, ଗତ ୨୪ ତାରିଖରେ ସାଢ଼େ ୧୧ଟା ସମୟରେ ମୁସଲିମ ମହିଳା ଆଇଆର୍‌ଏସ୍‌ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଛନ୍ତି। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ‌ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ବାରଣ ଥିବା କଥା ସିଂହଦ୍ବାର ସମ୍ମୁଖରେ ସୂଚନା ଫଳ‌କରେ ଉଲ୍ଲେଖ ଥିବା ସତ୍ତ୍ବେ ସେ ଜୋର୍‌ ଜବରଦସ୍ତ ପ୍ରବେଶ କରିବା ସମଗ୍ର ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ କରିଛି। ଜଣେ ଅଧିକାରୀ ଓ ଉଚ୍ଚ ଶିକ୍ଷିତ ହୋଇ ନିୟମ ଅମାନ୍ୟ କରିବା ଗ୍ରହଣୀୟ ନୁହେଁ। ସେ କେବଳ ନିୟମକୁ ଅବମାନନା କରିନାହାନ୍ତି ବରଂ ସନାତନ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି। ତେଣୁ ଧାରା ୧୫୩, ୧୫୩-ଏ, ୨୯୫, ୨୯୫-ଏ, ୨୯୬, ୨୯୭, ୨୯୮ ଆଇପିସି ଓ ୧୨୦-ବି ଧାରାରେ ରେଶମା ଲଖାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe