ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି: ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା, ଶନିବାର ଖୋଲା ରହିବ ଶ୍ରୀମନ୍ଦିର

Advertisment
ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି: ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା, ଶନିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଏସ୍ଓପି | କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ଦର୍ଶନ ଉପରେ ଲାଗିଥିବା କଟକଣାକୁ କୋହଳ କଲା ମନ୍ଦିର ପ୍ରଶାସନ | ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହାର ଅବଧିକୁ ବଢାଇଦିଆଯାଇଛି | ଏବେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ  ଓ ଶ୍ରଦ୍ଧାଳୁ।

ଏହା ସହ ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ | ସପ୍ତାହାନ୍ତ ସଟଡାଉନ ହଟିବା ପରେ ଏବେ ଶନିବାର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନକୁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ | ଏବେ ସୋମବାରରୁ ଶନିବାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରବିବାର ମନ୍ଦିର ବନ୍ଦ ରହିବ |

publive-image TripSavvy

ରବିବାର ଛଡା ଅନ୍ୟ ବିଶେଷ ଦିନରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର । ଯେପରିକି ସେପ୍ଟେମ୍ବର ୧୦ରେ ଗଣେଶ ପୂଜା, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଓ ବାମନ ଜନ୍ମ, ୬ ଅକ୍ଟୋବରରେ ମହାଳୟା, ୧୫ ଅକ୍ଟୋବରରେ ଦଶହରା, ୨୦ ଅକ୍ଟୋବରରେ କୁମାରପୂର୍ଣ୍ଣିମା ଭଳି ବିଶେଷ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ନଭେମ୍ବରରେ ପୁଣିଥରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ତେବେ ଆଜି ଆସିଥିବା ଏସଓପିରେ ଦୀପ ଦାନ ପାଇଁ କଟକଣାକୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।

ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାବାଦ୍ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ ।

ପୂର୍ବ ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଥିଲା। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe