ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆଜିଠାରୁ

ଜ୍ବରରେ ମହାପ୍ରଭୁ, ଦିଆଗଲା ପଥିଭୋଗ, ଘନ ଅନ୍ଧକାରରେ ଚାଲିଛି ଗୋପନ ଉପଚାର

Odisha Sun Times

ବ୍ରହ୍ମଗିରି : ଗୁରୁବାର ଶ୍ରୀମନ୍ଦିରରେ ସ୍ନାନବେଦୀରେ ମହାପ୍ରଭୁ ଗଜାନନ ବେଶ ହୋଇଛନ୍ତି। ନୀତି ଅନୁଯାୟୀ ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ କରିଛନ୍ତି। ୧୫ ଦିନ ଅଣସର ପିଣ୍ତିରେ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ତେଣୁ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରନ୍ତି ନାହିଁ। ବିଶ୍ବାସ ରହିଛି ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ। ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେଉଛି। କିନ୍ତୁ କରୋନା କଟକଣା ଯୋଗୁ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁ କରି ପାରିବେ ନାହିଁ। ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା ଜାରି କରାଯାଇଛି।

ଅଣସର ୧୫ ଦିନ ପାଇଁ ସମସ୍ତ ନୀତିକାନ୍ତି ସ୍ଥିର ହୋଇଛି। ଭୋର୍‌ ୪ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ସକାଳ ୬ଟା ସୁଦ୍ଧା ବଢ଼ିବ। ସୂର୍ଯ୍ୟପୂଜା, ରୋଷହୋମ ନୀତି ସକାଳ ୭ଟା ସୁଦ୍ଧା ବଢ଼ିବ। ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଏବଂ ଗୋଟାଏରେ ଦ୍ବିପ୍ରହର ଧୂପ ବଢ଼ି ଅପରାହ୍ଣ ୨ଟାରେ ପହଡ଼ ହେବ। ଅପରାହ୍ଣ ୩ଟାରେ ପହଡ଼ ଖୋଲାଯିବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି, ମଇଲମ ବଢ଼ି ରାତି ୮ଟାରେ ସନ୍ଧ୍ୟା ଧୂପ ଉଠିବ। ରାତି ୯ଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୦ଟାରେ ଶ୍ରୀଜୀଉଙ୍କ ପହଡ଼ ନୀତି ବଢ଼ିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe