ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର: ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର: ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଫରେଷ୍ଟର ହରିହର ସ୍ୱାଇଁ । ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଜାବୁଡି ଧରିଲା ଭିଜିଲାନ୍ସ ଟିମ୍। ବଲାଙ୍ଗୀର ଭିଜିଲାନ୍ସ ଡିଏସପିଙ୍କ ନେତୃତରେ ଭିଜିଲାନ୍ସ ଟିମ ଆସି ଫରେଷ୍ଟରଙ୍କୁ ଧରିଛନ୍ତି। ୱାଚର କ୍ଷୀରସିନ୍ଧୁ ଭୋଇଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ମନରେଗା କାମ ନ କରି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଆକଉଣ୍ଟରେ ଟଙ୍କା ପକାଇଥିଲେI ଆଜିର ଏହି ଚଢ଼ାଉରେ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଅଧିକାରୀ ଉପସ୍ଥିତ ଥିଲେ। ନଗଦ ୧ ଲକ୍ଷ ୩୦୦ ଟଙ୍କା ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

publive-image

ଏବେ ହରିହର ସ୍ୱାଇଁଙ୍କ ସିନ୍ଧେକେଲାସ୍ଥିତ କ୍ବାର୍ଟର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାଯାଇଛି। ତାଙ୍କ ଘରୁ ନଗଦ ୧ ଲକ୍ଷ ୭୨ ହଜାର ୫୫୦ ଟଙ୍କା ସମେତ ସୁନା ଗହଣା  ବି ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe