ଭୁବନେଶ୍ୱର : ସମାଜରେ ଧର୍ମ, ସଂସ୍କୃତି ଓ ସମାନତା ରକ୍ଷା ଏକାନ୍ତ ଅପରିହାର୍ଯ୍ୟ ଓ ଏଥିଲାଗି ସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି। ବାଇଧର ନାଥଙ୍କ ଦ୍ୱାରା ଲିଖିତ ‘ଶ୍ରୀଜଗନ୍ନାଥ ଚରିତ’ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଶ୍ରୀ ମିଶ୍ର ଏହା କହିଛନ୍ତି। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସଂସ୍କୃତ କବି ତଥା ‘ନିତ୍ୟନୂତନ’ର ସଂପାଦକ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କଳିଙ୍ଗ ସେନା ଅଧ୍ୟକ୍ଷ ହେମନ୍ତ କୁମାର ରଥ, ନରସିଂହପୁର ସିଟି ଶିକ୍ଷାନୁଷ୍ଠାନ ନିର୍ଦେଶକ ଡ. ଅଲେଖ ପାତ୍ର, ପ୍ରତାପ ମିଶ୍ର, ଆଡ୍ଭୋକେଟ୍ ଦୀପକ ଦାସ, ଯୁବ ଉଦ୍ୟୋଗୀ ପ୍ରଦୀପ କୁମାର ଲେଙ୍କା, ଇଂ ଅକ୍ଷୟ ଜେନା ଓ ସର୍ବେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଲେଖକ ଶ୍ରୀ ନାଥ ପୁସ୍ତକ ସଂପର୍କରେ ସମ୍ୟକ ସୂଚନା ଓ ଜଗବନ୍ଧୁ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ଶ୍ରୀଜଗନ୍ନାଥ ଚରିତ ଲୋକାର୍ପିତ
Advertisment
Follow Us