ଶ୍ରୀଜିଉଙ୍କ ଦିବା ପହୁଡ଼: ୩ ଘଣ୍ଟା ୪୫ ମିନିଟ୍‌ ଦ୍ଵାର ବନ୍ଦ

Advertisment
ନାଟମଣ୍ଡପରେ ବି ଫାଟ

ପୁରୀ : ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅବସରରେ ଆଜି ଦିବା ପହୁଡ଼ ହୋଇଛି। ସାଧାରଣ ଦିନରେ ଶ୍ରୀମନ୍ଦିର ବନ୍ଦ ହେଉ ନଥିବା ବେଳେ ଅଧିକ ନୀତି ପାଇଁ ଏହି ଦିବା ପହୁଡ଼ ବ୍ୟବସ୍ଥା ରହିଛି। ଏହି ବିଧି ମୁତାବକ ଆଜି ଅପରାହ୍ନ ୧ଟା ୪୫ ମିନିଟ୍‌ରୁ ସନ୍ଧ୍ୟା ୫ ଟା ୩୦ ପର୍ଯ୍ୟନ୍ତ ପହୁଡ଼ ନୀତି ସମ୍ପନ୍ନ ହୋଇଛି। ଏଥିପାଇଁ ଜଗମୋହନ ମରାମତି କାମ ମଧ୍ୟ ବନ୍ଦ ରଖାଯାଇଥିଲା। ରାତି ଦୁଇଟାରେ ଦ୍ଵାରଫିଟା ପାଇଁ ନୀତି ହୋଇଥିବାବେଳେ ୩ଟା ୫୫ରେ ମଙ୍ଗଳଆଳତି, ୫ଟା ୨୫ରେ ଅବକାଶ, ୭ଟା ୨୦ରେ ପହିଲି ଭୋଗ, ୮ଟା୩୦ରେ ସକାଳଧୂପ ହୋଇଥିଲା। ୧୦ଟା ୨୫ରେ ଭୋଗମଣ୍ଡପ ନୀତି, ୧୧ଟା ୪୦ରେ ମଧ୍ୟାହ୍ନ ଧୂପ, ଗୋଟାଏ ୧୦ରେ ଦ୍ଵିତୀୟ ଭୋଗମଣ୍ଡପ ନୀତି ହୋଇଥିଲା। ଶେଷରେ ୨ଟାରେ ହେବାକୁ ନିର୍ଘଣ୍ଟ ହୋଇଥିବା ଦିବା ପହୁଡ଼ ନୀତି ୧୫ ମିନିଟ ପୂର୍ବରୁ ହୋଇଥିଲା। ୫ଟା ୩୦ରେ ଦ୍ଵାର ଫିଟିବା ପରେ ୫ଟା ୪୦ରେ ସନ୍ଧ୍ୟା ଆଳତି ହୋଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ୩ ଘଣ୍ଟା ୪୫ ମିନିଟ ଧରି ଦର୍ଶନ ବନ୍ଦ ରହିଥିବାରୁ ସନ୍ଧ୍ୟାରେ ପ୍ରବଳ ଭିଡ଼ ହୋଇଥିଲା। ପହିଲିଭୋଗ ନୀତି ଅଧିକ ଥିବାରୁ ଶ୍ରୀମନ୍ଦିର ଆରମ୍ଭରୁ ଏହି ପହିଲି ଭୋଗ ସମୟରେ ରାତି ୨ଟାରେ ଦ୍ଵାର ଫିଟିଥିଲା। ଏଣୁ ସାଧାରଣ ଦିନଠାରୁ ଅନେକ ପୂର୍ବରୁ ଦ୍ଵାରଫିଟା ଯାଉଥିବାରୁ ଦିବା ପହୁଡ଼ ନୀତି ରହିଥିଲା। କିନ୍ତୁ ଏବେ ଜଗମୋହନ ମରାମତି ପାଇଁ ପ୍ରତ୍ୟେକ ଦିନ ରାତି ୨ଟାରୁ ଦ୍ଵାର ଫିଟାଯାଉଛି। ଏଣୁ ପ୍ରତ୍ୟେକ ଦିନ ଦିବା ପହୁଡ଼ ଆବଶ୍ୟକତା ରହିଛି। କିନ୍ତୁ ମରାମତି ଚାଲିଥିବାରୁ କାମ ବନ୍ଦ କରି ହେଉନାହିଁ କିମ୍ବା ଦିବା ପହୁଡ଼ ସବୁଦିନ କରାଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe