ଭୋର ୫ଟା ୨୭ରେ ଉଠିଲା ଶ୍ରୀଲୋକନାଥଙ୍କ ମହାଦୀପ

ଭୋର ୫ଟା ୨୭ରେ ଉଠିଲା ଶ୍ରୀଲୋକନାଥଙ୍କ ମହାଦୀପ

ପୁରୀ: ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଜାଗର ଯାତ୍ରା ଅବସରରେ ଗତକାଲି ସଅଳ ନୀତି ହୋଇଥିଲା। ତେବେ, ଆଜି ଭୋର ୫ଟା ୨୭ରେ ମହାଦୀପ ଉଠିଥିଲା। ସୂଚନା ଅନୁସାରେ, ପ୍ରଭୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ସଅଳ ବାହାରି ଯାଇଥିଲେ ‌ହେଁ ପନ୍ତି ଖାଇ ପହଞ୍ଚିବା ବେଳକୁ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ, ହ‌ରିହର ଭେଟ ବେଳେ ୮ଟି ନୀତି ସମ୍ପାଦନ ହେଉଥିବା ବେଳେ ଏହା ବିଳମ୍ବ ହୋଇଥିଲା। ତେଣୁ ଭୋର ୩ଟା‌ରେ ମହାଦୀପ ଉଠିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ସାଢ଼େ ୨ଘଣ୍ଟା ବିଳମ୍ବରେ ମହାଦୀପ ଉଠିଥିଲା। ବହୁ ଭକ୍ତ ଦୀପ ଜାଳି ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe