ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ଗ୍ରାମ ନିକଟ ଗିରି ଗୋବର୍ଦ୍ଧନ ପାହାଡ଼ରେ ପ୍ରଭୁ ଶ୍ରୀରାମଙ୍କର ନବନିର୍ମିତ ମନ୍ଦିରରେ ଠାକୁରଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଅଯୋଧ୍ୟାରେ ଭବ୍ୟ ମନ୍ଦିରର ଉଦ୍ଘାଟନ ଦିବସରେ ଏଠାରେ ମଧ୍ୟ ନବର୍ନିମିତ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପରିବେଶ ଭକ୍ତିମୟ ହୋଇଯାଇଛି। ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିରରେ ବିଗ୍ରହଙ୍କ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ଏହାପରେ ତ୍ରିମୂର୍ତ୍ତି ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କୁ ଘଣ୍ଟଘଣ୍ଟା ସହ ହରିବୋଲ ହୁଳହୁଳି ଡାକରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ଆଜି ଦିନତମାମ କୋହଲା ପାଗ ସତ୍ତ୍ବେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେହିପରି ପାହାଡ଼ ଉପରେ ତଥା ମନ୍ଦିର ପାର୍ଶ୍ୱରେ ପୁରୀ ଯଶୋବନ୍ତ ବାଲୁକା ଶିଳ୍ପୀଙ୍କ ଦ୍ୱାରା ପ୍ରଭୁଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us