ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ପଦ୍ମପୁର: ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଶନିବାର ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ସଂଘଠାରେ ଆରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାରମ୍ଭରୁ

ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ନୀଳାଚଳ ସାରସ୍ୱତ ସଙ୍ଘ ପୁରୀଙ୍କ ତତ୍ୱାବଧାନରେ ତଥା ଆବାହକ କମିଟିର ସଭାପତିଙ୍କ ଆବାହନ କ୍ରମେ ସମସ୍ତ ଶାଖା ସଙ୍ଘ ଭକ୍ତମାନେ ଏଥିରେ ଯୋଗ ଦେଇଥିଲେ। ପରମହଂସ ପରିବ୍ରାଜକାଚାର୍ଯ୍ୟ ସଦଗୁରୁ ଶ୍ରୀମଦ୍‌ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଦେବ ଶିଷ୍ୟ ଓ ଭକ୍ତମାନଙ୍କ ମଧ୍ୟରେ ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଙ୍ଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ ନିମିତ୍ତ ଭକ୍ତ ସମ୍ମିଳନୀ ନାମକ ଏକ ମହାନ ଆଧ୍ୟାତ୍ମିକ ଭାବଧାରା ବୋଲି କହିଥିଲେ। ପ୍ରଥମ ଅଧିବେଶନ ପ୍ରାତଃ ସାଢ଼େ ୪ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରାତଃ ପୂଜା, ଷୋଡ଼ଶ ଉପଚାର ପୂଜା, ଆରତୀ, ବନ୍ଦନା, ପ୍ରାର୍ଥନା, ଆବାହନ ଗାନ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଭାବ ଓ ଭକ୍ତିର ପରିବେଶରେ ଆଧ୍ୟାତ୍ମିକ ଚେତନା ଓ ସୁନ୍ଦର ପରିବେଶ ମଧ୍ୟରେ ଭଗବତ ଜ୍ଞାନ ଓ ଚର୍ଚ୍ଚା ସନାତନ ଧର୍ମର ରକ୍ଷା ଯିବେ ଦୟା ପରି ବିଭିନ୍ନ ପ୍ରସଙ୍ଗ ଉପରେ ଅତିଥି ସନ୍ୟାସୀ ଓ ବକ୍ତା ପ୍ରବଚନ ଦେଇଥିଲେ।

ମୁଖ୍ୟ ଅତିଥି କ୍ରୀଡ଼ା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା, ବିଶିଷ୍ଟ ଅତିଥି ପୂଜ୍ୟ ପରମହଂସ ପ୍ରଙ୍ଗାନନ୍ଦଜୀ ମହାରାଜ, ଶ୍ରୀମଦ ସ୍ୱାମୀ ଦିବ୍ୟାନନ୍ଦ ମହାରାଜ, ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ପୂଜ୍ୟ ଶ୍ରୀମଦ ସରସ୍ୱତୀ ଜୟଦେବ ଭାରତୀ ଓ ମୁଖ୍ୟ ବକ୍ତା ସମାଜସେବୀ ଗୀତା ମିଶ୍ର ଓ ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଭଗବତ ଆଲୋଚନା ଚର୍ଚ୍ଚା କରିଥିଲେ।
ଏନେଇ ବରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଛି ବୋଲି ନୀଳାଚଳ ସାରସ୍ୱତ ସଙ୍ଘ ପୁରୀର ସଭାପତି ଗଗନେନ୍ଦ୍ର ମହାନ୍ତି କହିଛନ୍ତି। ଭକ୍ତମାନଙ୍କ ରହିବା ପାଇଁ ଅସ୍ଥାୟୀ ନିବାସ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ସହ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି। ନୀଳାଚଳ ସାରସ୍ୱତ ସଙ୍ଘ ପରିଚାଳକ ଦୁର୍ଗାଚରଣ ମହାନ୍ତି, ସଭାପତି ଗଗନେନ୍ଦ୍ର ମହାପାତ୍ର, ଭକ୍ତ ସମ୍ମିଳନୀ ଆବାହକ କମିଟି ସଭାପତି କଳ୍ପତରୁ ସେନାପତି ଓ ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ତତ୍ତ୍ବାବଧାନରେ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe