ଶ୍ରୀଅଲାରନାଥ ମନ୍ଦିର ୧୫ ଯାଏ ବନ୍ଦ, ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ସେବାୟତ

Advertisment
ଶ୍ରୀଅଲାରନାଥ ମନ୍ଦିର ୧୫ ଯାଏ ବନ୍ଦ, ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ସେବାୟତ

Trawell.in

ବ୍ରହ୍ମଗିରି : ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ମେ ମାସ ୧୫ ତାରିଖ ଯାଏ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରହ୍ମଗିରି ତହସିଲଦାରଙ୍କ ପକ୍ଷରୁ ଶ୍ରୀଅଲାରନାଥ ପୀଠ ଓ ମା’ ବାଲିହରଚଣ୍ଡୀଙ୍କ ପୀଠ ସହିତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନୋଟିସ୍‌ କରାଯାଇଥିବା ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡ଼ାଇ କହିଛନ୍ତି। ଅନ୍ୟପଟେ ଶ୍ରୀଅଲାରନାଥ ଓ ମା’ବାଲିହରଚଣ୍ଡୀଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସେବାୟତଙ୍କ ଦ୍ବାରା ସମ୍ପାଦିତ ହେବ। କେବଳ ପାଳିଆ ସେବାୟତ ହିଁ ଶ୍ରୀଜିଉ ଓ ମା’ଙ୍କର ସେବା ପୂଜା କରି ପାରିବେ ବୋଲି ଶ୍ରୀ ଘଡ଼ାଇ ସୂଚନା ଦେଇଛନ୍ତି। ଶ୍ରୀଅଲାରନାଥ ମନ୍ଦିରରେ ତହସିଲଦାର, ଅତିରିକ୍ତ ତହସିଲଦାର ସେବାୟତ ନିଯୋଗଙ୍କ ଉପସ୍ଥିତିରେ ମନ୍ଦିରର ସିଂହଦ୍ବାରକୁ ତାଲା ପକାଇଛନ୍ତି। ଗୁପ୍ତ ଦ୍ବାର ଦେଇ ସେବାୟତ ମନ୍ଦିରକୁ ପ୍ରବେଶ କରି ସମସ୍ତ ନୀତିକାନ୍ତି କରି ପାରିବେ ବୋଲି ପ୍ରଶାସନ କହିଛି। ସେହିଭଳି ପ୍ରସିଦ୍ଧ ସିରୁଳୀ ମହାବୀର ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଛି।

publive-image

ମନ୍ଦିରରେ ତାଲା ପଡ଼ିବା ପରେ ସେବାୟତମାନଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ନେଇ ସେବାୟତମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସେବାୟତ ନିଯୋଗ ସଦସ୍ୟ ଜଗମୋହନ ସୁଆର କହିଛନ୍ତି ଶ୍ରୀଜିଉଙ୍କ ସେବାପୂଜା କରି ନିଜର ପରିବାର ପ୍ରତିପୋଷଣ କରୁଥିବା ପରିବାର କିଭଳି ଚଳିବ ତାହା ଏବେ ଚିନ୍ତାର ବିଷୟ ହୋଇଛି। କରୋନାର ପ୍ରଥମ ଲହରୀରେ ମନ୍ଦିର ବନ୍ଦ ହୋଇଥିଲା। ପ୍ରଶାସନ ସେବାୟତଙ୍କ ପରିବାର କିଭଳି ଚଳିବ ସେ ବ୍ୟବସ୍ଥା କରି ନ ଥିଲା। ଏବେ ପ୍ରଶାସନ ସହଯୋଗ ନ କଲେ ସେବାୟତ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନକୁ ଚାଲିଯିବେ ବୋଲି ସେ କହିଛନ୍ତି। ସେହିପରିବରିଷ୍ଠ ସେବାୟତ ଓ ଅଲାରନାଥ ଉନ୍ନୟନ ପରିଷଦ ସଭାପତି ନୀଳମଣି ସୁଆର କହିଛନ୍ତି ଯେ ଶ୍ରୀଜିଉଙ୍କ ମନ୍ଦିର ବନ୍ଦ ପରେ ପ୍ରଶାସନ ସେମାନଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା କରିବା ଦରକାର। ଅନ୍ୟତମ ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ ଏବଂ ସୁଚାରୁ ରୂପେ ସେବାୟତ ପରିଚାଳନା କରୁଛନ୍ତି। କୋଭିଡ୍‌ ପ୍ରଥମ ଲହରୀରେ କରିଥିଲେ। ଏବେ ମଧ୍ୟ କରିବେ। କିନ୍ତୁ ସେମାନଙ୍କର ଅନ୍ୟ କୌଣସି ରୋଜଗାରର ବାଟ ନାହିଁ। ତେଣୁ ପ୍ରଶାସନ ସେବାୟତଙ୍କ ପରିବାରକୁ ଆର୍ଥିକ ସହାୟତା ନ ଦେଲେ ସେମାନେ ବ‌ଞ୍ଚିବା କଷ୍ଟକର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe