ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜିଉଙ୍କ ଗୁଣ୍ଡିଚା ଯାତ୍ରା

Advertisment

ରଥଦାଣ୍ଡ ଜନସମୁଦ୍ର, ଭକ୍ତ ଭାବବିହ୍ବଳ; ହେଲେ ଗଡ଼ିଲାନି ରଥ

ରଥଦାଣ୍ଡ ଜନସମୁଦ୍ର, ଭକ୍ତ ଭାବବିହ୍ବଳ; ହେଲେ ଗଡ଼ିଲାନି ରଥ

ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜିଉଙ୍କ ଗୁଣ୍ଡିଚା ଯାତ୍ରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜିଉଙ୍କ ରଥଯାତ୍ରାରେ ଆଜି ପରଂପରା ଭଙ୍ଗ ହୋଇଛି। ବିଳମ୍ବିତ ପହଣ୍ଡି ଯୋଗୁଁ ଆଜି ରଥ ଗଡ଼ି ପାରିନି। ପରଂପରା ଅନୁଯାୟୀ ଶ୍ରୀବଳଦେବଜିଉଙ୍କ ରଥ ଶ୍ରୀଗୁଣ୍ଡିଚା ଦିନ କିଛି ବାଟ ଗଡ଼ି ଅଟକି ଯାଏ ଏବଂ ପରଦିନ ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ। କିନ୍ତୁ ଆଜି ଶ୍ରୀଜିଉଙ୍କ ପହଣ୍ଡି ସରିଲା ବେଳକୁ ସଂଧ୍ୟା ହୋଇ ଯିବାରୁ ରଥ ଆଉ ଆଗକୁ ଗଡ଼ି ପାରି ନାହିଁ। ଅନ୍ୟପଟେ ଆଜି ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିବା ବେଳେ ଭାବ ବିହ୍ବଳ ହୋଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ ଆଜି ବିଧି ଅନୁସାରେ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଥିଲା। କିନ୍ତୁ ଦିନ ୨ଟାରୁ ୪ଟା ମଧ୍ୟରେ ପହଣ୍ଡି ବିଜେ କରାଯିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା ବେଳେ ବିଭିନ୍ନ କାରଣରୁ ପହଣ୍ଡି ବିଳମ୍ବିତ ହୋଇ ସରିଲା ବେଳକୁ ସଂଧ୍ୟା ହୋଇ ଯାଇଥିଲା। ରାଜପୁରୋହିତ ମୃତ୍ୟୁଞ୍ଜୟ ପତି ଛେରାପହଁରା କରିଥିଲେ। କିନ୍ତୁ ଆଜି ଆଉ ରଥ ଗଡ଼ି ପାରି ନଥିଲା। ପରମ୍ପରା ମୁତାବକ ଏଠି ଦୁଇ ଦିନିଆ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ହୁଏ। ପ୍ରଥମ ଦିନ ଅଳ୍ପ କିଛି ବାଟ ଯାଇ ଅଟକି ରହିଥିବା ରଥକୁ ଦ୍ବିତୀୟ ଦିନ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ାରେ ପହଞ୍ଚା ଯାଏ। ତୃତୀୟ ଦିନ ପହଣ୍ଡି ବିଜେରେ ଜନ୍ମବେଦିକୁ ଶ୍ରୀଜିଉ ଯିବାର ପରମ୍ପରା ରହିଛି।

ଆଜି ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ନିରଞ୍ଜନ ବେହେରା, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଧାୟକ ଶଶୀଭୂଷଣ ବେହେରା, ପୌରାଧ୍ୟକ୍ଷା ସରିତା ସାହୁଙ୍କ ସମେତ ଅନ୍ୟ ପ୍ରାଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe