ପୁରୀ: ଡିସେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ୧ ତାରିଖରୁ ଏହାକୁ ପରୀକ୍ଷାମୂଳକ ଭାବେ ଖୋଲାଯିବ। ଏଥିପାଇଁ ଭକ୍ତଙ୍କ ପିଛା ଟିକେଟ୍ର ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ଦେୟମୁକ୍ତ ରହିବ।
ମୁଣ୍ଡପିଛା ୧୦ ଟଙ୍କା ନେବ ଶ୍ରୀମନ୍ଦିର ପ୍ରଶାସନ
ଦେୟମୁକ୍ତ ପ୍ରବେଶ ପାଇଁ ଦାବି ହୋଇଆସୁଥିଲା
ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ସୁବିଧା ପାଇବେ। ଶୀତଦିନେ ବା ନଭେମ୍ବରରୁ ଫେବ୍ରୁଆରି ମାସରେ ଏହା ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରୢାମ୍ପ୍ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ପାଇଁ ମୋବାଇଲ ଓ ଜୋତାଷ୍ଟାଣ୍ଡ ଦେୟମୁକ୍ତ ରହିବ। ମହାପ୍ରଭୁଙ୍କ ଜନ୍ମବେଦି ତଥା ବାଲ୍ୟକାଳର ଲୀଳାଭୂମି ଭାବେ ପରିଚିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ କରୋନା ଆଳରେ ବନ୍ଦ କରିଦେଇଥିଲେ। ୨୦୨୨ ମସିହାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହା ପରେ ଆଉ କୌଣସି ପଦକ୍ଷେପ ନିଆଯାଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/gundicha-temple-2025-11-27-01-15-18.jpg)