ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ

Advertisment

ଜମି ବିକ୍ର ପ୍ରସଂଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ

ଜମି ବିକ୍ର ପ୍ରସଂଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ

ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ

କଟକ : ଶ୍ରୀଜଗନ୍ନାଥଙ୍କ ଭୂ ସ˚ପତ୍ତିର ସୁରକ୍ଷା ପ୍ରସଂଗକୁ ନେଇ ହାଇକୋର୍ଟରେ ଆବେଦନ ଦାୟର ହୋଇଛି। ହାଇକୋର୍ଟର ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ବିକ୍ରି ପାଇଁ ବାଟ ଫିଟିଛି ବୋଲି ଆଜି ଖବର ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୟୁନିଫର୍ମ ପିଲିସିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ସାନି ନିଷ୍ପତ୍ତି ଦ୍ବାରା ଜଗନ୍ନାଥଙ୍କ ଜମି ମନ ଇଚ୍ଛା ବିକ୍ରି ହୋଇଯିବ। ଶ୍ରୀଜଗନ୍ନାଥଙ୍କର ସ୍ଥାବର ଓ ଅସ୍ଥାବର ସ˚ପତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଦରକାର। ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାରେ ସିବିଆଇ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧୢକ୍ଷ, ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe