‘ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ’ ପ୍ରଦର୍ଶନୀ

‘ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ’ ପ୍ରଦର୍ଶନୀ

ପୁରୀ: ପବିତ୍ର ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସଂସ୍କୃତି ଭବନ ପରିସରସ୍ଥ ପୁରୀ ଆର୍ଟ ଗ୍ୟାଲେରିରେ ପ୍ରଦର୍ଶିତ ହୋଇଛି ୩୦ଟି ବଛାବଛା ଚିତ୍ର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଲଳିତ କଳା ଏକାଡେମି ଦ୍ବାରା ସଂରକ୍ଷିତ ଚିତ୍ର ପ୍ରଦର୍ଶିତ କରାଯାଇଛି। ‘ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ର ପ୍ରଦର୍ଶନୀକୁ ବରିଷ୍ଠ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଦାସ ଓ ଚନ୍ଦ୍ରଶେଖର ମହାରଣା ଉଦ୍‌ଘାଟନ କରିଥିଲେ। ଚିତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାର ମହିମା ସହ ଶିଳ୍ପୀଙ୍କ ସୃଜନୀରେ ଭକ୍ତି ଓ ଭାବର ପରିପ୍ରକାଶ ଚିତ୍ରପ୍ରେମୀଙ୍କୁ ଆକର୍ଷିତ କରିବ।

ପ୍ରାରମ୍ଭରେ ଆର୍ଟ ଗ୍ୟାଲେରିର ପରିଚାଳକ ତଥା ଶିଳ୍ପୀ ସତ୍ୟ ପାଢ଼ୀ ଅତିଥିଙ୍କ ପରିଚୟ ସହ ସ୍ବାଗତ କରିଥିଲେ। ୧୮ଦିନ ଧରି ଏହି ପ୍ରଦର୍ଶନୀ ଚାଲିବ। ପ୍ରଦର୍ଶନୀରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ରଥ, ବଡ଼ଦାଣ୍ଡରେ ଶ୍ରୀମନ୍ଦିର ସହ ରଥର ଦୃଶ୍ୟ, ଭକ୍ତଙ୍କ ଆବେଗ, ରଥ ତିଆରିର ଦୃଶ୍ୟ, ବାଲି ରଥ, ମହାପ୍ରସାଦ, ଶଙ୍ଖକ୍ଷେତ୍ର, ପତିତପାବନ ବାନା, ନୀଳଚକ୍ର ସମ୍ପର୍କିତ ଚିତ୍ର ପ୍ରଦର୍ଶିତ ହେବ। ପ୍ରଦର୍ଶନୀ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe