ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ, ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ‌ନହେବା ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହୁ

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ, ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ‌ନହେବା ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନରଖି ରାଜ୍ୟ ସରକାର ଚିଠା ତାଲିକା ପ୍ରକାଶ କରିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ କୁମାର ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ଜେନା ଲେଖିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ପଛଆବର୍ଗର ସ୍ଥାନ ସଂରକ୍ଷଣକୁ ବାତିଲ୍‌ କରି ନିର୍ବାଚନକୁ ଯିବାର ନିଷ୍ପତ୍ତି ନେବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ। ରାଜ୍ୟର ମୋଟ୍ ଲୋକ ସଂଖ୍ୟାର ୫୪% ପଛୁଆବର୍ଗର ହୋଇଥିବାରୁ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନହେବା ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖାଯାଉ। ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ତୁରନ୍ତ ଡାକି ଏସମ୍ପର୍କରେ ଏକ ପ୍ରସ୍ତାବ ଗ୍ରହଣ କରାଯାଉ। ଏବେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ପଛୁଆବର୍ଗଙ୍କର ସଂରକ୍ଷଣ ନହେବା ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି, କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ତେଣୁ ଓଡ଼ିଶା ସରକାର ତୁରନ୍ତ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିକଟରେ ନିଜ ପକ୍ଷ ରଖନ୍ତୁ।

ସେହିପରି ରାଜ୍ୟର ପଛୁଆବର୍ଗଙ୍କର ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବାରେ ଆପଣ ଜାଣିଶୁଣି ଅବହେଳା କରିଚାଲିଛନ୍ତି। ଏବର୍ଗର ପିଲାମାନେ ଚାକିରି ଓ ଶିକ୍ଷା କ୍ଷେତ୍ର‌େର ୨୭% ସଂରକ୍ଷଣ ଅଧିକାର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ବର୍ଗର ଜନସାଧାରଣଙ୍କୁ ଆପଣଙ୍କ ସରକାର ନ୍ୟାୟ ଦେବାରେ ଅତୀତରେ ଯେଉଁ ଅକ୍ଷମଣୀୟ ଅପରାଧ କରିଛନ୍ତି ଆଉ ତା’ର ପୁନରାବୃତ୍ତି ନକରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe