ଶ୍ରୀମନ୍ଦିର ଆନନ୍ଦବଜାର ଭିଡିଓ ଭାଇରାଲ୍‌

ଶ୍ରୀମନ୍ଦିର ଆନନ୍ଦବଜାର ଭିଡିଓ ଭାଇରାଲ୍‌

ପୁରୀ : ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ଭାଇରାଲ୍‌ ହେବାର ଦିନକ ପରେ ଶ୍ରୀମନ୍ଦିର ଭିତରର ଆଉ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଆନନ୍ଦବଜାରରୁ ଉତ୍ତୋଳିତ ହୋଇଛି। ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଭାଇରାଲ୍‌ କରିଥିବା ରୋହିତ ଜୟଶ୍ବାଲ୍‌ ଆନନ୍ଦବଜାରର ଏହି ଭିଡିଓ ଭାଇରାଲ୍‌ କରିଛନ୍ତି।

ଭିଡିଓରେ ରୋହିତ ଆନନ୍ଦବଜାରରେ ଛିଡ଼ାହୋଇ ବଡ଼ଦାଣ୍ଡକୁ ଓ ଶ୍ରୀମନ୍ଦିର ପତିତପାବନ ବାନାକୁ ପ୍ରଣାମ କରୁଛନ୍ତି। ଭିଡିଓରେ ଆନନ୍ଦବଜାର ଓ ଶ୍ରୀମନ୍ଦିରର ଅନେକ ଭିଡିଓ ଚିତ୍ର ରହିଛି। ଏହି ଭାଇରାଲ୍‌ ଭିଡିଓ ଅନ୍ୟ କେହି ପରିଚିତ ବ୍ୟକ୍ତି ସୁଟିଂ କରିଥିବା ଦେଖିବାକୁ ମିଳିଛି। ଭକ୍ତ ମହଲ ଏହି ଭିଡିଓ ସୁଟିଂ ପଛରେ କେହି ସେବାୟତ ଅବା ଗୁମାସ୍ତା ସଂପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ ପ୍ରକଟ କରିଛନ୍ତି। ଅନ୍ୟପଟେ, ରୋହିତଙ୍କୁ ଆସନ୍ତା ୩ ତାରିଖ ସୁଦ୍ଧା ହାଜର ହେବାକୁ ସିଂହଦ୍ବାର ପୁଲିସ ପକ୍ଷରୁ ନୋଟିସ ଜାରି ହୋଇଥିବାବେଳେ ସେ ହାଜର ହେଉଛନ୍ତି କି ପୁଲିସକୁ ଅନ୍ୟ କିଛି ପନ୍ଥା ଆପଣାଇବାକୁ ପଡ଼ୁଛି, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe