ଶ୍ରୀମନ୍ଦିର ହୁଣ୍ତି ସୁନା ଆତ୍ମସାତ୍‌ ମାମଲା : ସରକାରଙ୍କ ଜବାବ ଦାଖଲ, ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

Advertisment
ଶ୍ରୀମନ୍ଦିର ହୁଣ୍ତି ସୁନା ଆତ୍ମସାତ୍‌ ମାମଲା : ସରକାରଙ୍କ ଜବାବ ଦାଖଲ, ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

କଟକ : ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ତିରୁ ଦାନସୂତ୍ରରେ ମିଳିଥିବା ସୁନା ଅଳଙ୍କାରରୁ ସାଢେ ୩ କିଲୋରୁ ଅଧିକ ସୁନା ଗାଏବକୁ ନେଇ ଦାୟର ମାମଲାରେ ସରକାର ଜବାବ ଦାଖଲ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜ‌ଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ୧୯୮୩ ଅକ୍ଟୋବରରୁ ୨୦୧୮ ଜାନୁଆରି ମାସ ମଧୢରେ ଶ୍ରୀମନ୍ଦିର ହୁଣ୍ତିରୁ ୧୮ କିଲୋ ୨୬୧ ଗ୍ରାମ ସୁନା ଅଳଙ୍କାର ମିଳିଥିଲା। ଭକ୍ତଙ୍କ ନିକଟରୁ ଦାନ ସୂତ୍ରରେ ମିଳିଥିବା ଏହି ସୁନାକୁ ରତ୍ନ ଭଣ୍ତାରରେ ରଖାଯିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ଏହି ସୁନାକୁ ଶ୍ରୀମନ୍ଦିର ପ୍ରଶାସନର ନାଜରଖାନାରେ ରଖାଯାଇଥିଲା। ଏ ନେଇ ଜଣା ପଡିବା ପରେ ୨୦୧୮, ଜୁନ୍‌ ୭ରେ ଶ୍ରୀମନ୍ଦିର ପ୍ରଶାସନ ୧୪ କିଲୋ ୫୬୦ ଗ୍ରାମ୍‌ ସୁନା ସ୍ଥାନୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ନେଇ ରଖିବା ପାଇଁ ବ୍ୟବସ୍ଥା କରିଥିଲା। କିନ୍ତୁ ଅବଶିଷ୍ଟ ୩ କିଲୋ ୭ଶହ ଗ୍ରାମରୁ ଅଧିକ ସୁନା କୁଆଡେ ଗଲା ସେ ନେଇ କିଛି ସନ୍ତୋଷଜନକ ଉତ୍ତର ପ୍ରଶାସନ ଦେବାରେ ବିଫଳ ହୋଇଥିଲା। ଏପରି ପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ସୁନା ଆତ୍ମସାତ କରାଯାଇଛି ବୋଲି ସାଧାରଣରେ ସନ୍ଦେହ ଦେଖା ଦେଇଛି।

ଏଥିସହି, ଶ୍ରୀମନ୍ଦିରର ଟେମ୍ପୁଲ ଫାଉଣ୍ତେସନ ଫଣ୍ତ କମିଟିର ବୈଠକ ବିଗତ ୧୮ ବର୍ଷ ଭିତରେ ବସି ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାିଛି।

ମାମଲାରେ ଟେମ୍ପୁଲ ଫାଉଣ୍ତେସନ ଫଣ୍ତର ଅଧୢକ୍ଷ ମୁଖ୍ୟମନ୍ତ୍ରୀ, ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରି‌ଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe