ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସ୍ନାନଯାତ୍ରୀ ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ

Advertisment
ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର

ପୁରୀ : ଆଜି ଅନୁ‌ଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ତେବେ ଅନ୍ୟ ପରିଚାଳନା କମିଟି ବୈଠକଠାରୁ ଏହି ବୈଠକର ଗୁରୁତ୍ବ ଅଧିକ ରହିବ। ବୈଠକରେ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା କିଭଳି ହେବ, ଏହାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେ ନେଇ ନିଷ୍ପତ୍ତି ନିଆଯିବ।

ଚଳିତ ବର୍ଷ ରଥଯାତ୍ରାର ଅଗ୍ରଗତି ପାଇଁ ପ୍ରତିବର୍ଷ ‌ବସୁଥିବା ରଥଯାତ୍ରା ସମନ୍ବୟ ବୈଠକ ଏଥର କରୋନା କଟକଣା ଯୋଗୁଁ ଅନୁ‌ଷ୍ଠିତ ହୋଇନାହିଁ। ଆସନ୍ତା ଜୁନ୍‌ ପହିଲାରେ ଲକ୍‌ଡାଉନ୍‌-୪ କଟକଣା ହଟିବା ପରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷ‌ା ରହିଛି। ସରକାରଙ୍କ କରୋନାଜନିତ ଘୋଷଣା ପରେ ରଥଯାତ୍ରାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତାକାଲି ବୈଠକରେ ସ୍ନାନଯାତ୍ରାକୁ ନେଇ ଛତିଶା ନିଯୋଗର ନୀତି ନିର୍ଘଣ୍ଟକୁ ଚୂଡାନ୍ତ ଅନୁ ମୋଦନ ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe