ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Advertisment

ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବାକୁ ଗଜପତିଙ୍କୁ ଚିଠି

ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବାକୁ ଗଜପତିଙ୍କୁ ଚିଠି

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ୧୦ ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଏହାର ନୀତିକାନ୍ତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ସହିଛି। ବୈଠକରେ ନୀତିକାନ୍ତିରେ ଶୃଙ୍ଖଳା ଓ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ କାର୍ତ୍ତିକ ନୀତିକାନ୍ତି ଚୂଡ଼ାନ୍ତ ହେବ।

ତେବେ, ରତ୍ନଭଣ୍ଡାରକୁ ନେଇ ପରିସ୍ଥିତି ସରଗରମ ଥିବାରୁ ପରିଚାଳନା କମିଟି ସଦସ୍ୟ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ବି ଏହି ପ୍ରସଙ୍ଗ ବୈଠକରେ ଉଠାଇବେ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଆଜି ଦିଲ୍ଲୀପ କୁମାର ବରାଳନାମକ ଜଣେ ଭକ୍ତ ଗଜପତି ମହାରାଜାଙ୍କୁ ଚିଠି ଲେଖି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବାକୁ ନିବେଦନ କରିଛନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ଏହି ପ୍ରସଙ୍ଗ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe