ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ୮ ନିଯୋଗଙ୍କ ସହ ଆଲୋଚନା

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ୮ ନିଯୋଗଙ୍କ ସହ ଆଲୋଚନା

Holiday Resort Puri

ପୁରୀ : ସର୍ବସାଧାରଣ ତଥା ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଚାଲିଥିବା ଆଲୋଚନା ବୈଠକ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ୮ଟି ନିଯୋଗର ସଭାପତି, ସଂପାଦକ, ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ପ୍ରମୁଖ ଯୋଗଦେଇ ନିଜସ୍ବ ମତାମତ ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କୋଭିଡ୍‌ କଟକଣା ଭିତରେ ସୀମିତ ସଂଖ୍ୟକ ଭକ୍ତ ପ୍ରବେଶ ସପକ୍ଷରେ କିଛି ଲୋକ ମତ ରଖିଛନ୍ତି। ଅନ୍ୟମାନେ କୌଣସି ପରିସ୍ଥିତିରେ ଶ୍ରୀମନ୍ଦିରରେ ସଂକ୍ରମଣ ନ ବ୍ୟାପୁ ବୋଲି ମତ ଦେଇଛନ୍ତି। ଆଜି ଅପରାହ୍ଣ ଗୋଟାଏରେ ଚତୁର୍ଥ ଦିନର ଆଲୋଚନା ପର୍ବ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିଯୋଗ ସଭାପତି ଓ ସଂପାଦକମାନଙ୍କ ମତ ନେଇଥିଲେ। ସୁଆର ନିଯୋଗ, ମୁଦୁଲି ନିଯୋଗ, ଘଟୁଆରୀ ନିଯୋଗ, ମହାସୁଆର ନିଯୋଗ, ଚୁନରା ନିଯୋଗ, ପାଣିଆପଟ ନିଯୋଗ, ଅଖଣ୍ଡ ମେକାପ ନିଯୋଗ ପ୍ରମୁଖଙ୍କ ମତାମତ ନିଆଯାଇଥିଲା। ଏମାନଙ୍କ ସହ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି, ଶ୍ରୀମନ୍ଦିର ବରିଷ୍ଠ ସେବାୟତମାନେ ବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe