ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେବଳ ମରାମତି, ନବୀକରଣ ପାଇଁ ଏନ୍‌ଓସି

Advertisment

ଅପରାଜିତାଙ୍କୁ କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀଙ୍କ ଚିଠି

ଅପରାଜିତାଙ୍କୁ କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀଙ୍କ ଚିଠି

ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପ: ୯ ମାସରେ କାମ ସାରିବାକୁ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ଚୂଡ଼ାନ୍ତ ରାୟ ଶୁଣାଇ ସାରିଛନ୍ତି। ତେବେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିର ଉତ୍ତରରେ ପ୍ରକଳ୍ପକୁ କେବଳ ମରାମତି ଓ ନବୀକରଣ ପାଇଁ ଅନୁମତି ମିଳିଛି ବୋଲି ଜଣାଇଛନ୍ତି। ଚିଠିରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଦର୍ଶାଇଛନ୍ତି (ଆମ୍‌ସାର) ଅଧିନିୟମ ୧୯୫୮ର ଧାରା ୨୦ ଗ (୧) ମୁତାବକ କେନ୍ଦ୍ରୀୟ ସଂରକ୍ଷିତ କ୍ଷେତ୍ରରେ ପ୍ରାଧିକରଣର କ୍ଷମତା କେବଳ ମରାମତି ଓ ନବୀକରଣ କାର୍ଯ୍ୟ ପାଇଁ ଅନାପତ୍ତି ପ୍ରମାଣପତ୍ର (ଏନ୍‌ଓସି) ସୁପାରିଶ କରିବାରେ ସୀମିତ। ସେହିଭଳି ଏହି ଧାରାର ୨ (ଘ,ସ) ମୁତାବକ ଶୌଚାଳୟ ସଂଲଗ୍ନ ରାସ୍ତା, ଛୋଟ କ୍ଲୋକ୍‌ ରୁମ୍‌, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ବିଦ୍ୟୁତ କକ୍ଷ ଓ ଫୁଟପାଥ୍‌ କ୍ଷେତ୍ର କାର୍ଯ୍ୟ କରାଯିବା ନେଇ ଅନୁମତି ମଗାଯାଇଥିବାରୁ ଆମେ କେବଳ ତା’ର ଉତ୍ତର ରଖିଛୁ। ଏହାକୁ କେହି ବି ଅନାପତ୍ତି ପତ୍ର ରୂପେ ବିବେଚନା କରିପାରିବେ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଚିଠିରେ ଏକଥା ମଧ୍ୟ ମୂଳରୁ ଉଲ୍ଲେଖ ହୋଇଛି ଯେ ଆମସାର ଅଧିନିୟମ (୨୦୧୦ରେ ସଂଶୋଧିତ ହୋଇଥିବା) ଧାରା ୨୦ ‘କ’ ମୁତାବକ, କୌଣସି ବି ପ୍ରାଚୀନ ସଂରକ୍ଷିତ ସ୍ଥାନରେ ସାର୍ବଜନୀନ ତଥା ଅନ୍ୟ ନିର୍ମାଣ ଓ ପରିଯୋଜନା ଲାଗି ଅନୁମତିର ବ୍ୟବସ୍ଥା ନାହିଁ। ଅପରାଜିତା ଷଡ଼ଙ୍ଗୀ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଏ ସଂକ୍ରାନ୍ତରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟକୁ ଚିଠି ଲେଖି ପ୍ରଶ୍ନ କରିବା ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏହାର ଜବାବ ଦେଇଛନ୍ତି।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ରାୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ ରାୟରେ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ସରକାରଙ୍କ ପାଇଁ ସୀମା ନିର୍ଦ୍ଧାରିତ ହୋଇଛି। ସରକାର ଆଇନ ମାନି କାମ କରିବେ। ଏଏସ୍‌ଆଇର ସ୍ବୀକୃତି ନେଇ କାମ କରିବେ। ଆଗକୁ ଯେବେ ବି ସରକାର ଆଇନ ଅମାନ୍ୟ କରିବେ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅବମାନନା କରି କାମ କରିବେ, ତାହେଲେ ବିରୋଧ ହେବ ବୋଲି ସେ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe