ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଶୀଘ୍ର ଶୁଣାଣି ପାଇଁ ଅନ୍ତରୀଣ ଆବେଦନ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ଏବେ ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍‌ ୨୨ ତାରିଖରେ ରହିଛି। ଏଭଳିସ୍ଥିତିରେ ଗତ ୫ ଦିନ ତଳେ ଶ୍ରୀମନ୍ଦିର ଦକ୍ଷିଣ-ପୂର୍ବ କୋଣ ଏମାର ମଠ ଖନନସ୍ଥଳରୁ ଗଙ୍ଗବଂଶ ରାଜସ୍ବ କାଳର ସିଂହମୂର୍ତ୍ତି, ପ୍ରାଚୀର, ମାଟି ପାତ୍ର ଆଦିର ସନ୍ଧାନ ମିଳିବା ପରେ ପରିକ୍ରମା ପ୍ରକଳ୍ପ ଆହୁରି ତୀବ୍ର ବିବାଦୀୟ ହୋଇପଡ଼ିଛି। ସେପଟେ ଖନନ ଓ ନିର୍ମାଣ କାର୍ଯ୍ୟ ଅଟକି ନଥିବାରୁ ମାଟିତଳେ ରହିଥିବା ପ୍ରାଚୀନ କୀର୍ତ୍ତିରାଜି ନଷ୍ଟହେବା ଆଶଙ୍କା ବ୍ୟକ୍ତ କରି ମାମଲାର ମୂଳ ଆବେଦନକାରୀ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ହାଇକୋର୍ଟଙ୍କ ନିକଟରେ ଏକ ଅନ୍ତରୀଣ ଆବେଦନ(ଆଇଏ କେସ୍‌ ସଂଖ୍ୟା-୬୮୯୫/୨୦୨୨)) ଫାଇଲ୍‌ କରିଛନ୍ତି। ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ତଥା ସଂରକ୍ଷଣ ପାଇଁ ମାମଲାର ଶୀଘ୍ର ଶୁଣାଣି ଜରୁରୀ ହୋଇପଡ଼ିଛି ବୋଲି ସେ କୋର୍ଟଙ୍କୁ ଦର୍ଶାଇଛନ୍ତି।

ଶ୍ରୀ ବରାଳ ଆମ୍‌ସାର ଆଇନକୁ ଖୋଲା ଉଲ୍ଲଂଘନ କରି ରାଜ୍ୟ ସରକାର ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ମୂଳ ଆବେଦନରେ ସେ କାମ ଉପରେ ରହିତାଦେଶ ପାଇଁ ନିବେଦନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୨ରେ ଧାର୍ଯ୍ୟ ହୋଇଥିଲେ ବି ଏବେ ଏମାର ମଠ ଖନନସ୍ଥଳରୁ ଗଙ୍ଗବଂଶ ସମୟର ପ୍ରାଚୀନ ସିଂହମୂର୍ତ୍ତି ସହ ଅନ୍ୟାନ୍ୟ ସାମଗ୍ରୀର ସନ୍ଧାନ ମିଳିଛି। ଉଦ୍ଧାର ସିଂହମୂର୍ତ୍ତି ଜେସିବି ମାଡ଼ରେ ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏଣୁ ଯେଉଁ ଖନନ ଓ ନିର୍ମାଣ ଚାଲିଛି, ତାହା ଫଳରେ ମାଟିତଳେ ଥିବା ଆହୁରି ଅନେକ କୀର୍ତ୍ତିରାଜି ନଷ୍ଟ ହେବା ଆଶଙ୍କା ରହିଛି। ଆବେଦନକୁ ଗମ୍ଭୀରତାର ସହ ନେଇ ଖନନ ଓ ନିର୍ମାଣ କାର୍ଯ୍ୟରେ ରହିତାଦେଶ ଦେବାକୁ ଶ୍ରୀ ବରାଳ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe