The New Indian Express
କଟକ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଚାରିପଟେ ବିନା ଅନୁମିତିରେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଦର୍ଶାଇ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗତକାଲି ଖାରଜ କରିଥିବାବେଳେ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଦାୟର ମାମଲା ଗୁରୁବାର ଦିନ ହାଇକୋର୍ଟରୁ ପ୍ରତ୍ୟାହୃତ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ମାମଲା ପ୍ରତ୍ୟାହାର ପାଇଁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଏଥିପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ।
ଶ୍ରୀଜଗନ୍ନାଥଙ୍କ ପାଞ୍ଚ ଜଣ ସେବକଙ୍କ ପକ୍ଷରୁ ପ୍ରକଳ୍ପ ସପକ୍ଷ ସମ୍ବଳିତ ତଥ୍ୟ ସହିତ ଏହି ଆବେଦନ ଦାୟର ହୋଇଥିଲା। ସେମାନେ ହେଲେ; ରଘୁନାଥ ଗୋଚ୍ଛିକାର, ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଭିତର ସେବକ ନିଯୋଗ, ଦଇତାପତି ସେବକ ତଥା ଉପସଭାପତି ବିନାୟକ ଦାସ ମହାପାତ୍ର, ପ୍ରତିହାରୀ ନିଯୋଗ ସେବକ ହରେକୃଷ୍ଣ ଖୁଣ୍ଟିଆ, ବିମାନବଡୁ ସେବକ ବଟକୃଷ୍ଣ ମୋଦ୍ରା। ପ୍ରକଳ୍ପ ଦ୍ବାରା ପୁରୀର ଜନତା, ଜନସାଧାରଣ, ମନ୍ଦିର ସେବକ, ଶ୍ରୀମନ୍ଦିର ହିତ ସାଧନ ହେବ। ତେଣୁ ଏହି ପ୍ରକଳ୍ପକୁ କୌଣସି ପରିସ୍ଥିତିରେ ବନ୍ଦ କରାଯିବା କଥା ନୁହେଁ। ମୃଣାଳିନୀ ପାଢୀଙ୍କ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
Follow Us