ସୁପ୍ରିମକୋର୍ଟରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

Advertisment
କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ହାଇକୋର୍ଟଙ୍କ ୨୦୨୨, ମେ ୯ର ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ‌େର ଏସ୍‌ଏଲ୍‌ପି (ସ୍ବତନ୍ତ୍ର ଲିଭ୍‌ ପିଟିସନ) ଦାଖଲ ହୋଇଛି।

ସୂଚନା ଅନୁସାରେ, ହାଇକୋର୍ଟରେ ଦିଲ୍ଲୀପ କୁମାର ବରାଳଙ୍କ ତରଫରୁ ଦାୟର ମାମଲାରେ ପକ୍ଷଭୁକ୍ତ ହେବାପାଇଁ ଇଣ୍ଟରଭେନସନ୍ ପିଟିସନ ଦାଖଲ କରିଥିବା ସୁମନ୍ତ କୁମାର ଘଡ଼େଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି। ଏହି ପ୍ରସଙ୍ଗରେ ହାଇକୋର୍ଟ ମେ ୯ରେ ଶୁଣାଣି କରି ପ୍ରକାଶ କରିଥିବା ରାୟରେ ନିର୍ମାଣ କାର୍ଯ୍ୟ ଜାରି ରହିପାରିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହା ଏକ ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରସଙ୍ଗ ସହିତ ଜଡ଼ିତ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଜରୁରୀ ବୋଲି ସେ ଦର୍ଶାଇଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ‘ଆନ୍‌ସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ୍‌ ସାଇଟ୍‌ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮’ର ଧାରା ୨୦-କ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ଶହେ ମିଟର ଭିତର ଅଞ୍ଚଳ ନିଷିଦ୍ଧାଞ୍ଚଳ (ପ୍ରୋହିବିଟେଡ ଏରିଆ)। ଏହି ସଂରକ୍ଷିତ ଅଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣ ଉପରେ ଅଙ୍କୁଶ ରହିଛି। କିନ୍ତୁ, ଆଇନ ଉଲ୍ଲଂଘନ କରି ‌ଶ୍ରୀମନ୍ଦିରର ଶହେ ମିଟର ଭିତର ଅଞ୍ଚଳରେ ନିର୍ମାଣ କରାଯାଉଛି। ଏହି ନିର୍ମାଣ ପାଇଁ ୩୦ ଫୁଟ ଗଭୀରକୁ ମାଟି ଖୋଳାଯାଇଛି। ଏପରି ବେଆଇନ ନିର୍ମାଣ ପାଇଁ ମେଘନାଦ ପାଚେରି ଓ ଶ୍ରୀମନ୍ଦିରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ନିର୍ମାଣ କରାଯାଉଥିବା ସ୍ଥାନକୁ କାହାକୁ ଛଡ଼ାଯାଉ ନାହିଁ। ଫଳରେ, ଶ୍ରୀମନ୍ଦିରର ଯେଉଁ କ୍ଷତି ହୋଇଛି, ତାହାର ‌ଫଟୋ ଉଠାଯାଇ ପାରୁନାହିଁ। ଏହି ପ୍ରସଙ୍ଗରେ ତୁରନ୍ତ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ସରକାର, ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe