ସରକାରୀ ଜମିରେ ଶ୍ରୀବୈକୁଣ୍ଠ ଆଶ୍ରମ: ଆଶ୍ରମରେ ‘ପଲଙ୍କ ସେବା’ ଚାଲିଥିବା ଅଭିଯୋଗ

Advertisment

କଳ୍‌କୀ ଅବତାର ନାଁରେ ପୁଅ ଅନନ୍ତ ମାଧବଙ୍କୁ ଭଗବାନ ବେଶରେ ସଜାଇ, ପାଦତଳେ ତୁଳସୀ ରଖି ପୂଜା କରିବା ଘଟଣାରେ ପଣ୍ଡିତ କାଶୀନାଥ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଶ୍ରମରେ ‘ପଲଙ୍କ ସେବା’ ଓ ‘ସ୍ପର୍ଶ ଚିକିତ୍ସା’ ଚାଲିଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି।

କଳ୍‌କୀ ଅବତାର ନାଁରେ ପୁଅ ଅନନ୍ତ ମାଧବଙ୍କୁ ଭଗବାନ ବେଶରେ ସଜାଇ, ପାଦତଳେ ତୁଳସୀ ରଖି ପୂଜା କରିବା ଘଟଣାରେ ପଣ୍ଡିତ କାଶୀନାଥ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଶ୍ରମରେ ‘ପଲଙ୍କ ସେବା’ ଓ ‘ସ୍ପର୍ଶ ଚିକିତ୍ସା’ ଚାଲିଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି।

fhfsfhfhhf

ଖଣ୍ଡଗିରି: କଳ୍‌କୀ ଅବତାର ନାଁରେ ପୁଅ ଅନନ୍ତ ମାଧବଙ୍କୁ ଭଗବାନ ବେଶରେ ସଜାଇ, ପାଦତଳେ ତୁଳସୀ ରଖି ପୂଜା କରିବା ଘଟଣାରେ ପଣ୍ଡିତ କାଶୀନାଥ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଶ୍ରମରେ ‘ପଲଙ୍କ ସେବା’ ଓ ‘ସ୍ପର୍ଶ ଚିକିତ୍ସା’ ଚାଲିଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ସବୁଠାରୁ ବଡ଼କଥା ହେଉଛି, ଯେଉଁ ଜମିରେ ବୈକୁଣ୍ଠ ଆଶ୍ରମ ନିର୍ମାଣ ହୋଇଛି, ତାହା ସରକାରୀ ଜମି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଶାସନ ପକ୍ଷରୁ ଆଶ୍ରମରନ ମାପଚୁପ କରାଯାଇଥିଲା ବେଳେ ଏଭଳି ତଥ୍ୟ ସାମନାକୁ ଆସିଛି। ତେବେ ୧୦ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମି ଜବରଦଖଲ କରି  କୋଠା ତିଆରି କରି ଆଶ୍ରମ ଚଳାଇଥିବା ପ୍ରଶାସନ କିଭଳି କୌଣସି ଟେର୍‌ ପାଇନଥିଲା, ସେ ନେଇ ସନ୍ଦେହ ଘନେଇଛି। ଏଭଳି ବେଆଇନ ନିର୍ମାଣ ପଛରେ କାହାର ହାତ ଅଛି, ତାହାର ତଦନ୍ତ ପାଇଁ ଦାବି ଜୋର୍‌ ଧରିଛି।

ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ତହସିଲ, ଜିଏ ଓ ବିଡିଏର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜମି ଯାଞ୍ଚ କରିଥିଲେ। ଆଶ୍ରମ ଭିତରେ ଓ ବାହାରେ ଫିତା ପକାଇ ମାପଚୁପ କରିଥିଲେ। ପ୍ରାୟ ଅଧ ଏକର ବିଶିଷ୍ଟ ଏହି ପ୍ଲଟ୍‌ ସରକାରୀ ଜାଗା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସରକାରୀ ପ୍ଲଟ୍‌ରେ ଆଶ୍ରମ ନିର୍ମାଣ ହୋଇଥିଲେ ଉଚ୍ଛେଦ ହେବ ବୋଲି ଜିଏ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଅମିୟ ଦାସ କହିଛନ୍ତି। ତେବେ ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କେବେ ଓ କ’ଣ ରହିବ, ତାହା ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଜି ପ୍ରଶାସନ ପକ୍ଷରୁ ମାପଚୁପ ପରେ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କ‌ାରେ ଆଶ୍ରମ ପରିସରରେ ୨ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ବାବା ରୋଗୀଙ୍କୁ ଛୁଇଁଦେଲେ ହିଁ ରୋଗ ଭଲ ହୋଇଯାଏ ବୋଲି ପ୍ରଚାର କରାଯାଉଥିବାରୁ ବିଶ୍ବାସରେ ବହୁ ଦୂରଦୂରାନ୍ତରୁ ଲୋକ ଆସୁଥିଲେ। ଆଶ୍ରମଠାରୁ ୩୦୦ ମିଟର ଦୂରରେ ଥିବା ତିନିମହଲା କୋଠାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ରହୁଥିଲେ। ସେଠାରେ ମଧ୍ୟ ହୋଟେଲ ଭଳି ସମସ୍ତ ସୁବିଧା ରହିଥିଲା। ଦିନଦିନ ଧରି ଏଠାରେ ରାଜ୍ୟର ବିଭିନ୍ନ ସ୍ଥାନ ସହିତ ରାଜ୍ୟ ବାହାରୁ ମଧ୍ୟ ଲୋକ ଆସି ରହୁଥିଲେ। ଶ୍ରଦ୍ଧାଳୁମାନେ ବାବାଙ୍କୁ ଟଙ୍କାବିଡ଼ାରେ ପୋତି ପକାଉଥିଲେ ବୋଲି ଅଭିଯୋଗ ହୋଇଛି। 

ଆଜି ମଧ୍ୟାହ୍ନରେ ନିଖିଳ ଓଡ଼ିଶା ସ୍ବେଚ୍ଛାସେବୀ ମହାସଂଘର ମହିଳା ପ୍ରତିନିଧିମାନେ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଶ୍ରମ ମୁଖ୍ୟଫାଟକରେ କାଦୁଅ ବୋଳିଛନ୍ତି। ସଂଘର ସଭାନେତ୍ରୀ ସୁଜାତା ପଶାୟତ ଅଭିଯୋଗ କରିଛନ୍ତି ଯେ ଆଶ୍ରମରେ ‘ପଲଙ୍କ ସେବା’ ଚାଲୁଛି। ସ୍ଥାନୀୟ ଲୋକେ କାଳେ ଏ ବିଷୟରେ ଜାଣିଯିବେ, ତେଣୁ ସେମାନଙ୍କୁ ଏହା ଭିତରକୁ ପ୍ରବେଶ କରାଇ ଦିଆଯାଉ ନଥିଲା। ଏଭଳି କାର୍ଯ୍ୟକଳାପ ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରିଛି ଏବଂ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe