ବଦଳିବ ଶ୍ରୀୟାର ଠିକଣା : ଘଣ୍ଟାକରେ ଇଂଜିନିୟର ଦମ୍ପତିଙ୍କ ମନ କିଣିନେଲା

Advertisment
ବଦଳିବ ଶ୍ରୀୟାର ଠିକଣା : ଘଣ୍ଟାକରେ ଇଂଜିନିୟର ଦମ୍ପତିଙ୍କ ମନ କିଣିନେଲା

କୋରାପୁଟ : ଆଉ ପୌଷ୍ୟ ସନ୍ତାନ କେନ୍ଦ୍ରରେ ରହିବନି ଶ୍ରୀୟା। ଖୁବ୍‌ଶୀଘ୍ର ତା’ ଠିକଣା ବଦଳିଯିବ। କୋରାପୁଟ ନୁହେଁ, ହାଇଦ୍ରାବାଦରେ ପଢିବ ଆଉ ବଢିବ। ତାକୁ ନେଇ ଏମିତି ସମ୍ଭାବନା ଏବେ ଉଜ୍ଜ୍ୱଳ ହୋଇଛି। ଆଜି ଶ୍ରୀୟାକୁ ଦେଖିବା ପାଇଁ ହାଇଦ୍ରାବାଦ୍‌ର ଏକ ଦଂପତି କୋରାପୁଟରେ ପହଞ୍ଚିବା ପରେ ଶ୍ରୀୟାକୁ ଦେଖିଛନ୍ତି। ତା’ ସହ ସମୟ ବି କାଟିଛନ୍ତି। ଯଦି ସବୁ ଠିକଠାକ ଚାଲେ, ତେବେ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଶ୍ରୀୟା କୋରାପୁଟ ଛାଡି ହାଇଦ୍ରାବାଦ୍‌ ଯାତ୍ରା କରିବ।

କୋରାପୁଟ ଜିଲ୍ଲା ବୋରିଗୁମ୍ମାର ଏକ ଜଙ୍ଗଲରୁ ଜୁଲାଇ ୧୧ତାରିଖରେ ଉଦ୍ଧାର ହୋଇଥିଲା ୧୦ମାସର ଶ୍ରୀୟା। ଶ୍ରୀୟାର ପରିଚୟ ପୁଲିସ ଖୋଜି ନ ପାଇବା ପରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର ବାଟ ଫିଟିଥିଲା। ଏଥିନେଇ କାରାକୁ ଜଣାଇଥିଲା। କାରା େଓ୍ଵବସାଇଟ ତଥ୍ୟ ଆଧାରରେ ହାଇଦ୍ରାବାଦ୍‌ର ଜଣେ ସଫଟେଓ୍ଵୟାର ଇଂଜିନିୟର ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଛା ପ୍ରକାଶ କରିଛନ୍ତି। ଏମାନେ ଆଜି କୋରାପୁଟ ପହଞ୍ଚିବା ପରେ ଦଶମନ୍ତପୁର ଯାଇ ଶ୍ରୀୟାକୁ ଦେଖିଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ଏହି ଦଂପତି ଶ୍ରୀୟାକୁ ଦେଖି ଖୁସି ହୋଇ ଯାଇଛନ୍ତି। କିଛି ଘଣ୍ଟା ଭିତରେ ଶ୍ରୀୟା ସେମାନଙ୍କ ମନ କିଣି ନେଇଛି। ଆସନ୍ତାକାଲି କିଛି କାଗଜପତ୍ର କାମ ରହିଛି। ଏହା ସବୁ ଠିକ୍‌ଠାକ ହୋଇଗଲେ ଆସନ୍ତାକାଲି ହିଁ ଶ୍ରୀୟାକୁ ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe