ଏସ୍ଏସସିର ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ’ ୩ ପରେ

ଏସ୍ଏସସିର ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ’ ୩ ପରେ

The Indian Express

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ ସିଲେକସନ କମିସନ(ଏସ୍ଏସସି)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଲକ୍‌ଡାଉନ ସହିତ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହି ସମୟରେ କମିସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମତେ ହେବାକୁ ଥିବା ସବୁ ପରୀକ୍ଷା କାର୍ଯ୍ୟସୂଚୀ ଓ ତାରିଖକୁ ସମୀକ୍ଷା କରି ତାହାକୁ ପରିବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗମନାଗମନ ଓ ଗୋଟିଏ ସ୍ଥାନରେ ଏକତ୍ର ହେବା ଉପରେ କଟକଣା ରହିଥିବାରୁ ଲକ୍‌ଡାଉନ କାଳରେ କୌଣସି ପରୀକ୍ଷା କରିବା ସମ୍ଭବ ନୁହେଁ। ତେଣୁ ଘୋଷିତ ପରୀକ୍ଷାର ତାରିଖ ସୂଚୀର ସମୀକ୍ଷା କରାଯାଇ ତାହାକୁ ବଦଳାଯିବ। ନୂଆ ପରୀକ୍ଷା ତାରିଖ ମେ’ ୩ ପରେ ଘୋଷଣା କରାଯିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସିଏଚସି(+୨) ସ୍ତରର(ଟାୟାର-୧) ୨୦୧୯ର ଅବଶିଷ୍ଟ ଦିନଗୁଡିକର ପରୀକ୍ଷା, ଜୁନିଅର ଇଂଜିନିୟର(ପେପର-୧)ପରୀକ୍ଷା, ୨୦୧୯ ଷ୍ଟେନୋଗ୍ରାଫର ଗ୍ରେଡ ସି ପରୀକ୍ଷା ଓ ୨୦୧୮ର ହାୟରଗ୍ରେଡ ଲେଭଲ କମ୍ବାଇନ୍‌ଡ ସ୍କିଲ ଟେଷ୍ଟ ପରୀକ୍ଷା ସଂକ୍ରାନ୍ତ ନୂଆ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷରେ ଘୋଷଣା କରାଯିବ।

ଏସବୁ ପରୀକ୍ଷାର ନୂଆ ତାରିଖ ଓ କାର୍ଯ୍ୟସୂଚୀ କମିସନ ୱେବସାଇଟ ତଥା ଆଞ୍ଚଳିକ/ଉପଆଞ୍ଚଳିକ ଅଫିସର ୱେବସାଇଟରେ ଜଣାଇ ଦିଆଯିବ। ଏହାଛଡା କମିସନର ଯେଉଁ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛିଏହି ଅପ୍ରତ୍ୟାଶିତ ପରିସ୍ଥିତି ଦୃଷ୍ଟିରୁ ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ। କରୋନା ମୁକାବିଲା ପାଇ କମିସନର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠି ପିଏମ କେୟାର୍ସକୁ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe