ଗାଡ଼ିଚାଳକଙ୍କ ପାଇଁ ବଡ଼ ଖବର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି 

Advertisment
ଗାଡ଼ିଚାଳକଙ୍କ ପାଇଁ ବଡ଼ ଖବର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି 

ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ବଡ଼ ଖବର। ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ  (ଏସଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରୁଥିଲେ ବି ଏହାକୁ ବୈଧ ଧରାଯିବ। ଡିଏଲ ପାଇଁ ଅନେକ ଲର୍ଣ୍ଣର୍ସ ଲାଇସେନ୍ସ ଚାଳକ ଅପେକ୍ଷାରେ ଅଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ କମିସନର ଏହି ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ମାର୍ଚ୍ଚ ମାସ ୩୧ ତାରିଖ ଯାଏଁ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ଜୁନ ୩୦ ତାରିଖ ଯାଏଁ ବୄଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ସମୟ ମଧ୍ୟରେ ଲର୍ଣ୍ଣର୍ସ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଡ଼ି ଚାଳକଙ୍କ ପାଇଁ ଏଭଳି ସୁବିଧା ଆଣିଥିବା ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe